ସୋମବାର ରାଶିଫଳ (୧୫।୦୬।୨୦୨୦)

ମେଷ: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଧନଲାଭ କରିପାରନ୍ତି।

ବୃଷ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଭୋଗୀ, ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।

ମିଥୁନ: ସଞ୍ଚୟାଭିମୁଖୀ ହୋଇପାରନ୍ତି। ହର୍ଷ ଉଲ୍ଲାସରେ ସମୟ ବିତାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ସନ୍ତୋଷ ସହ ବହୁବିଧ ଧନ ମିଳିବ। ଗୁଣଜ୍ଞ ହେବେ।

କର୍କଟ: ଉଚ୍ଚ ସମ୍ମାନ ଲାଭ କରିବେ। ହୃଦୟରେ ସେବା ମନୋଭାବ ଜାଗ୍ରତ ହେବ। ଧନବାନ୍‍ ହେବେ। ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସତକର୍ମ ଓ ଧର୍ମମାର୍ଗରେ ମନୋନିବେଶ କରିବେ।

ସିଂହ: ଦେବ-ଦେବ ମହାଦେବଙ୍କ ଶରଣାପନ୍ନ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସୌଭାଗ୍ୟ, ସମ୍ମାନ, ଧନଯୁକ୍ତ ହେବେ। ଜନପ୍ରିୟ ଓ ସତ୍ୟବାଦୀ ହେବେ।

କନ୍ୟା: ଯାତ୍ରା ଶୁଭଦାୟକ ହେବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍‍ସଙ୍ଗୀ ହେବେ। ଅତିଥି, ଗୁରୁ ଓ ଦେବପୂଜା ନିରତ ହୋଇପାରନ୍ତି। ଶୁଭକର୍ମରେ ଧନବ୍ୟୟ କରିବେ।

ତୁଳା: ଉତ୍ସବାଦି କାର୍ଯ୍ୟରେ ସ୍ୱତ-ପ୍ରବୃତ୍ତ ଭାବେ ଯୋଗଦାନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଫଳ ପାଇବାର ସୂଚନା ମିଳୁଛି। ସର୍ବବିଧ ଉନ୍ନତି ଆଶା କରାଯାଏ। ଉଦ୍‍ଯୋଗୀ ହେବେ। ଶାନ୍ତି ଫେରି ପାଇବେ।

ବିଛା: ଧର୍ମକାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କ୍ରୋଧ ସମ୍ବରଣ କଲେ ପ୍ରତ୍ୟେକ କ୍ଷେତ୍ରରେ ଆଦର ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ସବୁ ବାଧା-ବିଘ୍ନକୁ ଏଡ଼ାଇ ସଫଳତା ପାଇବେ। ବହୁଧନ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣରେ ସତର୍କ ରହିବେ। କୃଷି ପ୍ରତି ନଜର ଦେବେ। ଆତ୍ମସନ୍ତୋଷ ଲାଭକରିବେ।

ମକର: ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ। କୌଣସି ଏକ କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

କୁମ୍ଭ: ଉଚ୍ଚ ସମ୍ମାନ ଲାଭ କରିବେ। ତ୍ୟାଗଶୀଳ ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ, ଚଞ୍ଚଳମନା ଓ ହୃଷ୍ଟ ଚିତ୍ତଯୁକ୍ତ ହେବେ। ସୁଖୀ, କୀର୍ତ୍ତିମାନ୍‌, ସହିଷ୍ଣୁ ଓ ନିତ୍ୟାନନ୍ଦଯୁକ୍ତ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ। ଧନବାନ୍‍ ହେବେ। ଗୁଣବାନ୍‌ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।

Comments are closed.