ଗୁରୁବାର ରାଶିଫଳ (୧୪/୧୦/୨୦୨୧)

ମେଷ : ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ବିଦ୍ୟା ଅର୍ଜନ କରିବେ। ନୀତିନିଷ୍ଠଭାବେ ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ବୃଷ : ସଦ୍‌ଭାବନାର ସହ ସାମାଜିକ ସ୍ଥିତିକୁ ଉଳମୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। କ୍ରୋଧହୀନ ହେବେ। ଜ୍ଞାନ-ଗରିମାଯୁକ୍ତ ହେବେ। ପ୍ରଭାବଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ : ଅସୁସ୍ଥତା ଅନୁଭବ କରିପାରନ୍ତି। ଆଳସ୍ୟ ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଚୋର ଭୟ ଅଛି। ଜଳଯାତ୍ରା ନକରିବା ଭଲ। ସତର୍କରେ ଚଳିବାକୁ ପଡ଼ିବ।

କର୍କଟ : ସମ୍ବର୍ଦ୍ଧିତ ହୋଇପାରନ୍ତି। ସୁରେନ୍ଦ୍ର ପୂଜ୍ୟ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ସିଂହ : ଅନାବଶ୍ୟକ ବ୍ୟୟ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କିଛି ଶୁଭଫଳ ମିଳିପାରେ।

କନ୍ୟା : ମତିମାନ୍‌ ହେବେ। ଶ୍ରେଷ୍ଠ କବିଭାବେ ଖ୍ୟାତି ଅର୍ଜନ କରିବେ। ଶତ୍ରୁକୁ ପରାଜିତ କରି ସୁଖକର ନିମଗ୍ନ ହେବେ। ହଠାତ୍‌ କିଛି ଅର୍ଥ ମିଳିବ। ବ୍ୟବସାୟରୁ ପ୍ରଚୁର ଅର୍ଥ ପାଇ ଖୁସି ହେବେ। ସୁକର୍ମା ହେବେ।

ତୁଳା : ଚରିତ୍ରବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ନୀତିନିଷ୍ଠ ହୋଇପାରନ୍ତି। ରାଜପୂଜା ମିଳିପାରେ। ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ମିଳିବ। ସତ୍‌ସଙ୍ଗୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବଯୁକ୍ତ ହୋଇପାରନ୍ତି।

ବିଛା : ମାନ୍ୟତାପ୍ରାପ୍ତ ହେବେ। ଶତ୍ରୁ ଦମନ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତା ପ୍ରତିପାଦନ କରିବେ। ଈଶ୍ବର ବିଶ୍ବାସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ଧନୁ : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର : ସୁସ୍ଥ ଓ ନିରାମୟ ରହିବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ବିଶେଷ ଜ୍ଞାନର ଅଧିକାରୀ ହେବେ। ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଆୟ ଭଲ ରହିବ।

କୁମ୍ଭ : ବିଳାସ-ବ୍ୟସନଠାରୁ ଦୂରେଇ ରହିପାରନ୍ତି। କର୍ମଚଞ୍ଚଳ ରହିବେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଶାନ୍ତି ଅନୁଭବ କରିବେ। ପରୋପକାର ଓ ସମାଜସେବାରେ ନିଜକୁ ନିୟୋଜିତ କରିବେ।

ମୀନ : ଶାସ୍ତ୍ର ବିଶାରଦ ହେବେ। ଋଣ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବାର ସମ୍ଭାବନା ଅଛି।

Comments are closed.