ରବିବାର ରାଶିଫଳ (୧୪/୦୨/୨୦୨୧)

ମେଷ: ସଦା ସମୃଦ୍ଧ ରହିବେ। ନିଧିପ୍ରାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଇଷ୍ଟଙ୍କର ଦୟାର ପାତ୍ର ହେବେ। ବନ୍ଧୁତା ବୃଦ୍ଧି ହେବ। ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତ ହୋଇପାରନ୍ତି। ଶୁଭଶଙ୍ଖ ବାଜିବ।
ବୃଷ: ବିନୟ ଭାବ ପ୍ରକାଶ କରି ଦାନ ଦେବେ। ପତ୍ନୀଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବେ। ସନ୍ମାର୍ଗୀ ହେବେ। ଯଶସ୍ବୀ ହୋଇପାରନ୍ତି। ଉଦାର ଚରିତ୍ରର ହେବ। ଅତିଥି, ଗୁରୁ ଓ ଦେବ ପୂଜାରୁ ନୀରତ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ।
ମିଥୁନ: ବିନୟୀ ଭାବର ହୋଇପାରନ୍ତି। ଜଣେ ମହାମନୁଷୀର ମାନ୍ୟତା ପ୍ରାପ୍ତ ହେବେ। ମହା ପ୍ରତାପୀ ହୋଇପାରନ୍ତି। ସତ୍ୟନିଷ୍ଠ ହେବେ। ଧର୍ମାସକ୍ତ ହୋଇପାରନ୍ତି। ମତିମାନ୍ ହେବେ। ପୁତ୍ର ମିତ୍ର ହେତୁ ସୁଖଭୋଗ କରିପାରନ୍ତି।
କର୍କଟ: ରାଜପୂଜା ମିଳିବାର ସୁଯୋଗ ଅଛି। ଶତ୍ରୁ ବିନାଶ କରି ନିଶ୍ଚିନ୍ତ ହୋଇପାରନ୍ତି। ବ୍ୟବସାୟରେ ଘଟିଥିବା କ୍ଷତିର ଭରିଣା କରିପାରନ୍ତି। ସୁଧର୍ମ ପ୍ରବଣ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି।
ସିଂହ: ଅଜାତ ଶତ୍ରୁ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ରାଜତୁଲ୍ୟ କ୍ଷମତାର ଅଧିକାରୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହୋଇପାରନ୍ତି। ମଣି ଭୂଷଣାଦି ପ୍ରାପ୍ତ ହେବା ସହିତ ଧନଲାଭ କରିପାରନ୍ତି।
କନ୍ୟା: ଅଧିକ ବିଦ୍ୟା ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ। ପରିବାରର ମୁଖ୍ୟ ହୋଇପାରନ୍ତି। ପଡ଼ୋଶୀଙ୍କ ସହିତ ବନ୍ଧୁତା ଦୃଢ଼ତର ହେବ। ଶାସ୍ତ୍ର ଅଧ୍ୟୟନ ପାଇଁ ମନ ବଳାଇ ପାରନ୍ତି। ଦେବ, ଗୁରୁ ଓ ପିତୃଭକ୍ତ ହେବେ। ମନ ପ୍ରଫୁଲ୍ଲ ରହିବ।
Related Posts
Comments are closed.