ସୋମବାର ରାଶିଫଳ (୧୩/୧୨/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Dec 13, 2021 Share ମେଷ : ଅଯଥା ବିତର୍କରେ ଭାଗ ନ ନେଇ ନିବର ଦର୍ଶକ ସାଜିପାରନ୍ତି। ପୋଷାକ, ଭୋଜନ, ଚତୁଷ୍ପଦ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି। ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି। ବୃଷ : ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପତ୍ନୀଙ୍କଠାରୁ, ସଜ୍ଜନ ବ୍ୟକ୍ତିଙ୍କଠାରୁ, କୃଷି କର୍ମରୁ ଓ ସତ୍କ୍ରିୟାରୁ ଧନ ଲାଭ ହେବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ବ୍ୟବସାୟାଦିରୁ ଧନ ପ୍ରାପ୍ତ ହେବେ। ମିଥୁନ : ପରିଶ୍ରମର ମୂଲ୍ୟ ମିଳିବ। ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିମାନ୍ ହେବେ। ବ୍ରାହ୍ମଣଙ୍କ ପ୍ରୀତିକାରୀ, ତେଜୀୟାନ୍ ଓ କୃଷି କର୍ମକାରୀ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍କଟ : ସେବା-ପୂଜାରେ ମନକୁ ନିୟୋଜିତ କରିବେ। ବ୍ରତ, ଉପବାସ, ବହୁ ନିୟମ ପାଳନ, ତୀର୍ଥାଶ୍ରୟ ଓ ସେବାରେ ଧାର୍ମିକ ପ୍ରବର ହେବେ। ଭାଗ୍ୟଶାଳୀ ହେବେ। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସିଂହ : ଧନ କ୍ଷୟ ହେବାର ସୂଚନା ମିଳୁଛି। ସରୀସୃପ, ବନ୍ୟଜନ୍ତୁ, ଚତୁଷ୍ପଦ ଶୃଙ୍ଗୀ ଓ ଚୋରମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ଦ୍ବିଜାଦି ଭକ୍ତ ଓ ଉତ୍ତମ କଥକ ହେବେ। କନ୍ୟା : ସୁଖ-ସମ୍ଭୋଗରେ ଦିନଟି ଅତିବାହିତ ହେବ। ବିନୟ ଭାବରେ ଧନ ଅର୍ଜନ କରିବେ। ସନ୍ମାର୍ଗୀ ହେବେ। ସେବା ପରାୟଣ ହୋଇପାରନ୍ତି। ବନ୍ଧୁବତ୍ସଳତା ଭାବ ଏକ ମହାନ୍ ଗୁଣର ପରିଚାୟକ ହୋଇପାରେ। Related Posts ପିକଅପ୍ ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ Apr 25, 2024 ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ସ୍ଵାମୀ… Apr 25, 2024 ତୁଳା : ଧନ ହେତୁ ଶତ୍ରୁତା ଉପୁଜିପାରେ। ଉନ୍ନୟନ କାର୍ଯ୍ୟରେ କର୍ତ୍ତା ହେବେ। ବନ୍ଧୁ ଓ ସାଧୁପ୍ରିୟ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ। ବିଛା : ପ୍ରଥମେ ପରିଚୟ ଗୋପନ ରଖି କାର୍ଯ୍ୟ ହାସଲ କରିବେ। ଅଗମ୍ୟ ସ୍ଥାନକୁ ସ୍ଥାନକୁ ସହଜରେ ଗମନ କରିବେ। ସୁଶୀଳ ହେବେ। ଧନଯୁକ୍ତ ହେବେ। ସ୍ବକୁଳ ଧର୍ମରେ ଅନୁରକ୍ତ ହେବେ। ବହୁ ଉପାୟରେ ଧନ ଅର୍ଜନ ହେବ। ଧନୁ : ସରକାରୀ ସ୍ତରରୁ, ବାକ୍ୟ କଥନରୁ ଧନପ୍ରାପ୍ତ ହେବେ। ଶ୍ରମର ମୂଲ୍ୟାୟନ ହେବ। ମହତ୍ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପୂଜନୀୟ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ମକର : ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଯେତେ ଧନ ଅର୍ଜନ କଲେ ବି ସଞ୍ଚୟ କରିପାରିବେ ନାହିଁ। ଅନଟନ ଲାଗି ରହିବ। ଦିଅଁ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ ଲାଭ ମିଳିପାରେ। କୁମ୍ଭ : ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାର କରି ଧନପ୍ରାପ୍ତ ହେବେ। ପୀଡ଼ାମୁକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ସରକାରଙ୍କ ପ୍ରିୟପାତ୍ର ହେବେ। ମୀନ : ବିଭିନ୍ନ ସୂତ୍ରରୁ ଧନାଗମ ହୋଇପାରେ। ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିୟୋଜିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। Horoscope 13th Dec. 2021odia news Share FacebookTwitterWhatsApp
Comments are closed.