ସୋମବାର ରାଶିଫଳ (୧୨/୦୭/୨୦୨୧)

ମେଷ :  ମାନହାନି ଘଟିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରୀୟ ହୋଇପାରନ୍ତି। ପରାକ୍ରମୀ ହେବେ। ମନ ପ୍ରସନ୍ନ ରହିବ। ମାନବବାଦୀ ଓ କୀର୍ତ୍ତିମାନ ହେବେ।

ବୃଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନ ମିଳିବ। ଭାଗବତ ପ୍ରେମୀ ହେବେ। ସର୍ବତ୍ର ବିଜୟୀ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି।

ମିଥୁନ : କର୍ମଚଞ୍ଚଳ ରହିବେ। ପତ୍ନୀଙ୍କଠାରୁ ଧନପ୍ରାପ୍ତ ହେବେ। ସ୍ବର୍ଣ୍ଣ, ରୌପ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ଓ ଧର୍ମପ୍ରତି ଆସକ୍ତ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ଆଦର ମିଳିବ।

କର୍କଟ : ଆୟ ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନ ମିଳିବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପରୋପକାରୀ ହେବେ।

ସିଂହ : ବ୍ୟୟବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟହାନୀର ଆଶା ରହିଛି। ବିବାଦୀୟ ବିତର୍କରୁ ଓହରି ଯିବେ। ଯୁଦ୍ଧ ଯାତ୍ରା ଶୁଭଦାୟକ ହେବ। ମଧୁର ବଚନରେ ଶତ୍ରୁର ମୁହଁ ବନ୍ଦ କରିପାରନ୍ତି। ମନ ପ୍ରସନ୍ନ ରହିବ। ପରୋପକାରୀ ହୋଇପାରନ୍ତି।

କନ୍ୟା : ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି।

ତୁଳା : ଭଲ ଆୟ ହେବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ସୁସମ୍ବାଦ ଶୁଣି ଖୁସି ହେବେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମନ ପ୍ରସନ୍ନ ରହିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଦୟାଳୁ ସ୍ବଭାବର ହେବେ। ଯଶସ୍ବୀ ହେବେ।

ବିଛା : କାର୍ଯ୍ୟରେ ସଫଳତା ଲାଭ କରିବେ। ନୂତନ କ୍ଷମତାଧାରୀ ହୋଇପାରନ୍ତି। ସେହି କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସୁସ୍ଥ ଓ ନିରାମୟ ରହିବେ।

ଧନୁ : ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ-ପୂଜା ଉପରେ ଗୁରୁତ୍ବ ଦେବେ। ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତିକରିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ମକର : ନାନା ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି; ମାତ୍ର ଘାତଚନ୍ଦ୍ର ଅଛି।

କୁମ୍ଭ : ଉତ୍ସାହିତ ହୋଇ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ କରିବେ। ଶତ୍ରୁକୁ ପରାଜିତ କରି ମାନବିକ ଶାନ୍ତି ଫେରି ପାଇବେ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ପରୋପକାରୀ ହୋଇପାରନ୍ତି।

ମୀନ : ରୋଜଗାର ପାଇଁ ପ୍ରସ୍ତୁତି ଯୋଜନା ଫଳଦାୟକ ହେବ। ଶୁଭଖବର ମିଳିବ। ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସ୍ତରରୁ ପ୍ରଚୁର ଅର୍ଥ ମଳିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ବୋଲି ଆଶା କରଯାଏ।

Comments are closed.