ମଙ୍ଗଳବାର ରାଶିଫଳ (୧୨/୦୪/୨୦୨୨)

ମେଷ : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଚତୁର ଓ ଧନଯୁକ୍ତ ହେବେ।

ବୃଷ : ନୂତନ ଆଶା ଫଳବତୀ ହେବ। କୀର୍ତ୍ତିମାନ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ସୁକର୍ମା ଓ ଧନଶାଳୀ ହେବେ।

ମିଥୁନ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ସରକାରୀ ମାନ୍ୟତା ସହ ଧନ ପ୍ରାପ୍ତ ହେବେ।

କର୍କଟ : ଆୟ ଆଶାନୁରୂପ ହେବ। ବନ୍ଧୁ ଅଥବା ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ : ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଯଶସ୍ବୀ ହେବେ। ନୂଆବନ୍ଧୁଙ୍କଠାରୁ ସହାୟତା ମିଳିବ। ପାପ ଗ୍ରହ କେତୁଙ୍କ ସହାୟତାରୁ ଶତ୍ରୁନାଶ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା : କାର୍ଯ୍ୟପୂର୍ଣ୍ଣାଙ୍ଗ ହେବ; ମାତ୍ର ବିଳମ୍ବରେ ଅଯଥା ବ୍ୟୟ ହୋଇପାରେ। ଭାଷା ଓ ବ୍ୟବହାରର ମଧୁରତା ଆପଣଙ୍କୁ ମହାନ୍‌ କରିପାରେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।

ତୁଳା : ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସାଂସାରିକ ସୁଖ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସତ୍‌କର୍ମରେ ନିୟୋଜିତ ହେବେ।

ବିଛା : କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ମନରେ ଓ ସ୍ନେହ, ପ୍ରୀତିପୂର୍ଣ୍ଣ କାର୍ଯ୍ୟରୁ ପ୍ରଶଂସା ମିଳିବ।

ଧନୁ : ଜନସାଧାରଣଙ୍କଠାରୁ ସ୍ନେହ, ଶ୍ରଦ୍ଧା ଲାଭ କରିପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ନୂତନ କାର୍ଯ୍ୟର ଅଭିଳାଷୀ ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ।

ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜାଇବାକୁ କେହି ଅପଚେଷ୍ଟା କରିପାରନ୍ତି । ପରିସ୍ଥିତି ଉପରେ କଡ଼ା ନଜର ରଖି ତା’ର ମୁକାବିଲା କରିବେ। ଭାଷା ଓ ବ୍ୟବହାର ମଧୁର ହେବ।

କୁମ୍ଭ : ମିତ୍ର ବନ୍ଧୁଙ୍କ ହିତକାରୀ ହେବେ। ଧୈର୍ଯ୍ୟବାନ୍‌ ହେବେ। କ୍ଷମାଶୀଳ ହୋଇପାରନ୍ତି। ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ହେବେ। ବହୁ ସୁଖକର ଘଟଣାମାନ ଘଟିବ। କର୍ମ କ୍ଷେତ୍ର ସୁଫଳ ଦାୟକ ହେବ। ସୁଖ ମିଳିବ।

ମୀନ : ସତ୍‌ସଙ୍ଗୀ ହେବେ। ମିତ୍ରତା ଦୃଢ଼ତର ହେବ। ଶତ୍ରୁ ବିଜୟୀ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶୁଭକାର୍ଯ୍ୟ କରଣୀୟ ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଉଦ୍ୟମ ସଫଳ ହେବ।

Comments are closed.