ଶୁକ୍ରବାର ରାଶିଫଳ (୧୨/୦୩/୨୦୨୧)

ମେଷ: ଦ୍ୱିଜା ନକ୍ଷତ୍ର ବ୍ୟକ୍ତିର ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଲାଭ।

ବୃଷ: ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧପ୍ରାପ୍ତ ହେବେ। ସରକାରୀ ଧନ ମିଳିବ। ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିବେ। କୀର୍ତ୍ତିମାନ୍‍ ହେବେ। ଅପାର ଗୁଣର ଅଧିକାରୀ ହେବେ। କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତଙ୍କର ସାମାନ୍ୟ ଶୁଭଫଳ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସେବା କାର୍ଯ୍ୟରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଜୟ ଭାବର ହୋଇପାରନ୍ତି। ପ୍ରବଳ ପ୍ରତାପୀ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ।

କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ପାଇବେ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ।

ସିଂହ: ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ; ମାତ୍ର ଧର୍ମ ହାନି ଘଟିବାର ଆଶଙ୍କା ଅଛି। ରୋଜଗାର ଊଣା ହେବ ନାହିଁ। ବନ୍ଧୁ ସହାୟତା ମିଳିବ। ମଘା ଓ ଉତ୍ତରାଷାଢ଼ା ଫାଲ୍‍ଗୁନୀର ସାମାନ୍ୟ ଶୁଭ।

କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଭାଗ୍ୟଶାଳୀ ହେବେ। ଅସାଧୁ ଓ ଦୁଷ୍ଟ ପ୍ରକୃତିର ଲୋକଙ୍କୁ ଦମନ କରି ପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ଧନଭୋଗର ସୂଚନା ମିଳୁଛି। ତେଜୀୟାନ୍‍ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରନ୍ତି। ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ଧନଯୁକ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ସୁଖୀ ହେବେ। ରାଜପୂଜା ମିଳିପାରେ। ସନ୍ତାନ ସୁଖ ମିଳିବ। ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ।

ବିଛା: ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଧୀର ବୁଦ୍ଧି ସ୍ଥିର ଚିତ୍ତରେ କାର୍ଯ୍ୟ କରି ଚାଲିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। କୁଳ ପ୍ରଧାନ ହେବେ। ବିଶାଖା ନକ୍ଷତ୍ର ସାମାନ୍ୟ ଶୁଭଫଳ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସାଧୁ ଲୋକଙ୍କର ପ୍ରିୟ ଭାଜନ ହେବେ। ନିର୍ଭୟରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦି ମୂଲ୍ୟବାନ୍‍ ଧାତୁ ପ୍ରାପ୍ତ ହେବେ। ପରଧନରେ ଧନୀ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ହେବ। ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଜିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନିଷ୍ଠା ଓ ପୂର୍ବ ଭାଦ୍ରର ସାମାନ୍ୟ ଫଳ।

ମୀନ: ଉତ୍ତର ଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଶୁଭକାର୍ଯ୍ୟ ପାଇଁ ଅଜ୍ଞାତରେ ଦାନ କରି ପାରନ୍ତି। ପତ୍ନୀଙ୍କ ପ୍ରାଧାନ୍ୟ ରହିବ। ବ୍ରହ୍ମ କଲ୍ୟାଣ ଲାଭ କରିବେ। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।

Comments are closed.