ମଙ୍ଗଳବାର ରାଶିଫଳ (୧୨/୦୧/୨୦୨୧)

ମେଷ: ଉଦ୍ୟମ ଜାରି ରଖି କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭଗବତ ପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହେବାର ସୂଚନା ମିଳୁଛି। ଶୁଭକାର୍ଯ୍ୟ ବର୍ଜନୀୟ। ପାରିବାରିକ ଅଶାନ୍ତିକୁ ଦୂର କରିବାକୁ ଚେଷ୍ଟା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟ ଲୋକ ପାଖ ଛଡ଼ା ଦେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମିଥୁନ: ବହୁ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରିୟ ବନ୍ଧୁଙ୍କ ସହାୟତା ପାଇ ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।

କର୍କଟ: ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ପାଇବେ। ଶୁଭ ସମାଚାର ପାଇ ଆନନ୍ଦିତ ହେବେ। ଅଧ୍ୟୟନରତ ହୋଇପାରନ୍ତି। ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଦାମ୍ପତ୍ୟ ସୁଖପ୍ରଦ ହେବ।

ସିଂହ: ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ମିଳିବ। କାର୍ଯ୍ୟର ଧାରା ବଦଳାଇ ଦେଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ଅସଜଡ଼ା କାର୍ଯ୍ୟକୁ ସଜାଡ଼ିବାରେ ସକ୍ଷମ ହେବେ।

କନ୍ୟା: ପରିଶ୍ରମ ଓ ନିଷ୍ଠା ଅବ୍ୟାହତ ରଖନ୍ତୁ; ପାରିଶ୍ରମିକ ନିଶ୍ଚିତ ମିଳିବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୟାର ପାତ୍ର ହେବେ।

ତୁଳା: ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇପାରେ। ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ଓ ସହାନୁଭୂତି ପାଇବେ। ନିର୍ବାଚନରେ ବିଜୟୀ ହେବେ। ଠାକୁରଙ୍କ ଦର୍ଶନ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ।

ବିଛା: ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟ ଲାଭଜନକ ହେବା। ନୀତିନିଷ୍ଠ ବ୍ୟକ୍ତି ଭାବେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ନିଃସ୍ବାର୍ଥପର ସେବାରେ ବ୍ରତୀ ହେବେ।

ଧନୁ: ଐଶ୍ବର୍ଯ୍ୟଯୁକ୍ତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଋଣ ପରିଶୋଧ କରିପାରନ୍ତି। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ। ନୂଆ ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ। ପ୍ରୀତିଭୋଜନ ମିଳିପାରେ।

ମକର: କିଛି ଅଧିକ ପାଇବାକୁ ଇଚ୍ଛା କରି ବିଭିନ୍ନ ସ୍ତରରୁ ସହଯୋଗ ଲୋଡ଼ିବେ। ଏଥିପାଇଁ ଅଧିକ ବ୍ୟୟ କରିପାରନ୍ତି। ମଧୁରଭାଷୀ ହେବେ। ମହିଳାମାନଙ୍କର ସହାୟକ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।

କୁମ୍ଭ: ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଉଦ୍ୟମ ଜାରି ରଖିବେ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

ମୀନ: କୁଳ ଉଳକାରୀ ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ବାଣିଜ୍ୟ କାରବାର ଶୃଙ୍ଖଳିତ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଆଣିପାରନ୍ତି। ଶୁଭକାର୍ଯ୍ୟ କରଣୀୟ।

Comments are closed.