ଶନିବାର ରାଶିଫଳ (୧୧/୧୨/୨୦୨୧)

ମେଷ : ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ, ରତ୍ନ ଲାଭର ସୂଚନା ମିଳୁଛି। ଜଣେ ମହାନ୍‌ ବ୍ୟକ୍ତିଭାବେ ବିକଶିତ ହୋଇ ଉଚ୍ଚ ପଦ-ପଦବୀରେ ଆସୀନ ହେବେ। ଅଧିକ ଜ୍ଞାନ ଅର୍ଜନ କରିବେ।

ବୃଷ : ସ୍ଥିତପ୍ରଜ୍ଞ ହେବେ। ବିବେକାନୁମୋଦିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ସତ୍‌ପଥଗାମୀ ହେବେ। ସମସ୍ତ କଳୁଷର ଅବସାନ ଘଟିବ। ଅାର୍ଥିକ ସ୍ଥିତି ଉନ୍ନତମାନର ହେବ।

ମିଥୁନ : ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଜ୍ଞାନ-ଗରିମାଯୁକ୍ତ ହେବେ। ବୁଦ୍ଧି ପ୍ରୟୋଗ କରି ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି। ଭୋଜନପ୍ରିୟ ହେବେ। ଭାଗ୍ୟଶାଳୀ ହେବେ। ବିବାଦରେ ବିଜୟୀ ହେବେ।

କର୍କଟ : ମିତ୍ରମାନେ ଆଡ଼ ହୋଇଯାଇପାରନ୍ତି। କୁମିତ୍ରଙ୍କ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିପାରେ।

ସିଂହ : ବନ୍ଧୁ ମିଳନରେ ଉପକୃତ ହେବେ। ଶାସ୍ତ୍ରଜ୍ଞ ହେବେ। ରାଜପୂଜା ମିଳିବାର ସୂଚନା ମିଳୁଛି। ମନୋଜ୍ଞ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ମିଳିବ।

କନ୍ୟା : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ତୁଳା : ସନ୍ତାନମାନେ ସୁଶୀଳ, ମନୋହର କାନ୍ତିଯୁକ୍ତ ଓ ସେବା ପରାୟଣ ହେବେ। ନିଃସର୍ଗ ସୁଖର ଅଧିକାରୀ ହେବେ। ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା : ବକ୍ତବ୍ୟ ଜନମାନସକୁ ସ୍ପର୍ଶ କରିପାରେ। ଶେଷ୍ଠ ଆସନ ମିଳିବ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଦେବ, ଗୁରୁ, ଦ୍ବିଜ ଭକ୍ତ ହେବେ। ଜଳଜ ପଦାର୍ଥରୁ ଧନ ଲାଭ ହେବ। କୃଷି କ୍ଷେତରୁ ଆୟ ଆସିବ।

ଧନୁ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଳାସ-ବ୍ୟସନ କରିପାରନ୍ତି। ଧନୀ ଓ ଧାର୍ମିକ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ। ରାଜସେବକ ଓ କୃପାକର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

ମକର : ତେଜୀୟାନ ହେବେ। ଜନବଲ୍ଲଭ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ଧର୍ମ ଧ୍ବଜାଧାରୀ ହେବେ। ଉଚ୍ଚ ସୋପାନକୁ ଆରୋହଣ କରିବେ। ଭଲ ଆୟ ସହିତ ସର୍ବ ସୁଖ ଅନୁଭବ କରିପାରନ୍ତି।

କୁମ୍ଭ : କୀର୍ତ୍ତିମାନ୍‌ ହେବେ। ପରୋପକାରୀ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ। କୃପାନିଧାନ ହୋଇପାରନ୍ତି। ବିଦ୍ୟା ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଭୋଜନ ମିଳିବ।

ମୀନ : ବ୍ୟକ୍ତିତ୍ବର ସ୍ବାତନ୍ତ୍ର୍ୟତା ଯୋଗୁଁ ଆଦର ମିଳିବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ଛଳ କଥାରେ କାର୍ଯ୍ୟ ହାସଲ କରିବେ। ଯାତ୍ରା ଶୁଭଦାୟକ ହେବ।

Comments are closed.