ଗୁରୁବାର ରାଶିଫଳ (୧୦/୦୩/୨୦୨୨)

ମେଷ : ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ସମ୍ପନ୍ନ ହୋଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କୁଶଳ ସମାଚାର ମିଳିପାରେ। ଉଦ୍ୟମ ପ୍ରଶଂସନୀୟ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ତ୍ୟାଗଶୀଳ ହେବେ।

ବୃଷ : ସୁଖୀ ଓ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ।

ମିଥୁନ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିପାରେ। ଚିନ୍ତାଧାରା ବିକ୍ଷିପ୍ତ ହେବ। ଅସୁବିଧାରୁ ଉଧୁରିବା ପାଇଁ ଖର୍ଚ୍ଚାନ୍ତ ହେବେ। ମଧୁରଭାଷୀ ହେବେ।

କର୍କଟ : ଆୟ ବୃଦ୍ଧିର ସୂଚନା ମିଳୁଛି। ଉପୁଜିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ସରକାରୀ ଅର୍ଥ ମିଳିବ।

ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

କନ୍ୟା : ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

ତୁଳା : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ବିଛା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ସମ୍ପାଦିତ କରିପାରନ୍ତି। ପ୍ରୀତି ଭୋଜନ ସହ ଆନନ୍ଦ ଉପଭୋଗ କରିବେ।

ଧନୁ : କର୍ମ ତତ୍ପରତା ପ୍ରକାଶ ପାଇବ। ବହୁମିତ୍ରଙ୍କ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି।

ମକର : ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭର ସୁଯୋଗ ଅଛି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ। ସମସ୍ୟା ଗମ୍ଭୀର ହେବ।

କୁମ୍ଭ : ପରିଶ୍ରମ ଯେତେ କଠିନ ଓ କଷ୍ଟସାଧ୍ୟ ହେଲେ ବି, ତା’ର ମୂଲ୍ୟ ମିଳିବ। ବହୁ ମିତ୍ରଙ୍କ ସହାୟତା ମିଳିବ। ରଣ ବିଶାରଦ ହୋଇପାରନ୍ତି। ସ୍ବଧର୍ମକର୍ମାଭ୍ୟୁଦୟ ହେବ। ଭୁଲ ବୁଝାମଣା ଦୂର ହେବ।

ମୀନ : ଆଧ୍ୟାତ୍ମବାଦୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଯଶସ୍ବୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି।

Comments are closed.