ଗୁରୁବାର ରାଶିଫଳ (୯। ୭। ୨୦୨୦)

ମେଷ: ମନ ପ୍ରସନ୍ନ ରହିବ। ଚେଷ୍ଟାରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ଆଶା କରାଯାଏ। ସରକାରୀ ସ୍ତରରୁ ସମ୍ମାନ ମିଳିବ।

ବୃଷ: ସୁଖ-ସନ୍ତୋଷ ପାଇବେ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଶୁଭ ଖବର ପାଇ ଅପାର ଆନନ୍ଦ ଲାଭ କରିପାରନ୍ତି। ଗୁରୁ କୃପା ଲାଭ କରିବେ। ସରକାରୀ ଅର୍ଥ ମିଳିପାରେ। ଗୁଣବାନ୍‌ ହେବେ।

ମିଥୁନ: ଧନବାନ୍‌ ହେବେ। ପତ୍ନୀଙ୍କ ମନୋଭାବକୁ ଜାଣି କାର୍ଯ୍ୟ କରିବେ। ମନ୍ତ୍ରଣାଦାତା ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ।

କର୍କଟ: ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ବନ୍ଧୁ ମିଳନ ଘଟିପାରେ। ସର୍ବ ସୁଖର ଅଧିକାରୀ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଦୟା-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସେବାଭାବାପନ୍ନ ହେବେ। ବିବାହ ସମ୍ବନ୍ଧ ସ୍ଥିର ହେବ।

କନ୍ୟା: ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସାଧନାରେ ସିଦ୍ଧିଲାଭ କରିବେ। ଶତ୍ରୁକୁ ପରାଜିତ କରି ଶାନ୍ତି ଅନୁଭବ କରିବେ। ସୁସ୍ଥ ଓ ନିରାମୟ ରହିବେ। ଅତିଥି, ଗୁରୁ ଓ ଦେବପୂଜା ନିରତ ହେବେ।

ତୁଳା: ବିଚାର, ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି। ହଠାତ୍‌ କିଛି ଅର୍ଥ ମିଳିପାରେ। ଶତ୍ରୁଭାବ ବୃଦ୍ଧି ହେଲେ ବି, କିଛି ଅନିଷ୍ଟ ହେବନାହିଁ। ସନ୍‌ମାର୍ଗୀ ତଥା ଜ୍ଞାନୀ ହେବେ।

ବିଛା: କର୍ମକୁ ଗୁରୁତ୍ବ ଦେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ମିଳିବ। ରାଜପୂଜିତ ହେବେ। ଗ୍ରାମର ଅଧିପତି ତଥା ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହେବେ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଆଶୀର୍ବାଦ ଲାଭ କରିବେ। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି ତଥା କାବ୍ୟଶାସ୍ତ୍ରାନୁରକ୍ତ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।

ମକର: କାର୍ଯ୍ୟରେ ସଫଳତା ମିଳିବ। ଆଶାବାଦୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ପରିଶ୍ରମ ଅଧିକ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଧନବାନ୍‌ ହେବେ। ଉପାର୍ଜନକାରୀ ହୋଇପାରନ୍ତି। ଦେବପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି।

ମୀନ: କଳେବଳେକୌଶଳେ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ମୂଲ୍ୟବାନ୍‌ ବସ୍ତୁ ଲାଭ କରିପାରନ୍ତି। ଯୋଜନା କାର୍ଯ୍ୟକାରୀ କରିବାରେ ଖର୍ଚ୍ଚାନ୍ତ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

Comments are closed.