ସୋମବାର ରାଶିଫଳ (୦୮/୧୧/୨୦୨୧)

ମେଷ : ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ନିଜ ବନ୍ଧୁ, ପୁତ୍ର ଓ ପ୍ରାଣପ୍ରିୟାଙ୍କ ପ୍ରତି ଅନୁରକ୍ତି ରହିବ। କ୍ଷମତାସୀନ ହେବେ। ବିବାଦରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥ ଉପାର୍ଜନ କରିପାରନ୍ତି। ବହୁ ମିତ୍ରଙ୍କ ସହାୟତାରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଈଶ୍ବର ବିଶ୍ବାସୀ, ଶାସ୍ତ୍ରଜ୍ଞ ଓ ପରୋପକାରୀ ହେବେ।

ମିଥୁନ : ମନ ପ୍ରସନ୍ନ ରହିବ। ଉତ୍ତମ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁଖୀ ହେବେ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

କର୍କଟ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ବୁଦ୍ଧି ପ୍ରୟୋଗ କରି ନିଧିପ୍ରାପ୍ତ ହେବେ। ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ମିଳିବ। ଅଧ୍ୟୟନରତ ହେବେ।

କନ୍ୟା : ମିତ୍ର, ଆତ୍ମଜଙ୍କ ସମେତ ନିଜେ ବହୁ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସେବା କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ସହାୟତାରେ ସୁଖଭୋଗ କରିପାରନ୍ତି।

ତୁଳା : କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବିିଭିନ୍ନ ସ୍ତରରୁ ସହାୟତା ମିଳିବ। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

ବିଛା : ନିଜ ଅର୍ଜିତ ଧନ ଭୋଗ କରି ଆତ୍ମସନ୍ତୋଷ ଲାଭ କରିବେ। ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ବହୁ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରି ବିଶେଷ ଉପକୃତ ହେବେ। ସ୍ବୟଂସିଦ୍ଧ ହେବେ।

ଧନୁ : ଶ୍ରୀ ଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କର୍ମକୁ ଧର୍ମ ଜ୍ଞାନ କରି କାର୍ଯ୍ୟକରି ଚାଲିବେ। ଜନବଲ୍ଲଭ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ମକର : କାର୍ଯ୍ୟରେ ବାଧା ଉପୁଜିପାରେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ବିନୟଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିପାରନ୍ତି। କାର୍ଯ୍ୟକଳାପ ଧର୍ମମୟ ହେବ।

କୁମ୍ଭ : ଆୟ ସୁଗମ ହେବ। ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ସନ୍ମାର୍ଗୀ ହେବେ। ସୁବକ୍ତା ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ବିିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ମୀନ : କର୍ତ୍ତବ୍ୟନିଷ୍ଠ ହେବେ। ରାଜପୂଜା ମିଳିବ। କୃଷି ଉପରେ ପ୍ରାଧାନ୍ୟ ଦେବେ। କର୍ମକ୍ଷେତ୍ରରେ ନିଜର ମହିମା ପ୍ରକାଶ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ କରଣୀୟ।

Comments are closed.