ବୁଧବାର ରାଶିଫଳ (୮। ୭। ୨୦୨୦)

 ମେଷ: ଆୟ ଅଧିକ ହେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବୃଷ: କର୍ମ ଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ସୁଯୋଗକୁ ହାତଛଡ଼ା କଲେ ଦୁର୍ଯୋଗର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ହେବେ। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ବଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

କର୍କଟ: ଆନନ୍ଦ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ମିତ୍ର ସାନ୍ନିଧ୍ୟ ପାଇ ଖୁସି ହେବେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ଯ୍ୟ ପାଇଁ ସୁଯୋଗ ଅଛି। ଆନନ୍ଦ ଉପଭୋଗ କରିବେ।

ସିଂହ: ବିଭିନ୍ନ ସ୍ତରରୁ ସହଯୋଗ ପାଇବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ।

କନ୍ୟା: ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ସମାଚାର ପାଇଁ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନ ସହିତ ଶ୍ରେଷ୍ଠ ମାନ୍ୟତା ମିଳିପାରେ।

ତୁଳା: ନିର୍ବିଘ୍ନରେ କାର୍ଯ୍ୟ ସଂପାଦନ କରିବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟି ପାରେ। ଧର୍ମାସକ୍ତ ଓ ମତିମାନ୍‌ ହେବେ।

ବିଛା: ଜଟିଳ କାର୍ଯ୍ୟ ସରଳ କରିବାରେ ସିଦ୍ଧହସ୍ତ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ଲାଭ ମିଳିବ।

ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପ୍ରିୟାପ୍ରୀତି ତୋଷଣ ନୀତିକୁ ଘୃଣା କରିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସୁଭାଷୀ ହେବେ।

ମକର: ବିଳମ୍ବରେ ଅର୍ଥପ୍ରାପ୍ତି ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ: ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧର୍ମକାର୍ଯ୍ୟରେ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ବିବାଦୀୟ ବିତର୍କରେ ନୀରବ ଦର୍ଶକ ସାଜି ପାରନ୍ତି।

ମୀନ: ମନ ପ୍ରସନ୍ନ ରହିବ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।

Comments are closed.