ମଙ୍ଗଳବାର ରାଶିଫଳ (୦୭।୦୭।୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated Jul 6, 2020 Share ମେଷ: କଳ-ବଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ। ଅର୍ଥ ମିଳିବ। ଦୟାଳୁ ହେବେ। ବୃଷ: ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ। ମିଥୁନ: ନୂତନ କାର୍ଯ୍ୟର ଦାୟିତ୍ବ ବହନ ପାଇଁ ଆଗ୍ରହ ପ୍ରକାଶ କରିବେ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। କର୍କଟ: ଆତ୍ମୀୟଙ୍କ ସହିତ ଯୋଗାଯୋଗ ରଖିପାରିଲେ, କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରୁ ଲାଭ ମିଳିବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ସୁଖୀ ହେବେ। ସିଂହ: ବିବାଦରୁ ଓହରି ଯାଇ ଆପୋସ-ଆଲୋଚନାରେ ସମାଧାନର ବାଟ ଖୋଜିବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ରହିବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ। କନ୍ୟା: ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ବ୍ୟବସାୟରୁ ଲାଭ ମିଳିବ। Related Posts ଆତ୍ମହତ୍ୟା ସମାଧାନ ନୁହେଁ Feb 25, 2021 ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ : ଆରୋଗ୍ୟ… Feb 24, 2021 ତୁଳା: ପ୍ରତ୍ୟେକ୍ଷ ଆଲୋଚନା ଫଳପ୍ରଦ ହେବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷିକର୍ମକାରୀ ଓ ବୁଦ୍ଧିମାନ୍ ହେବେ। ବିଛା: ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। କନିଷ୍ଠମାନେ ଅନୁଗତ ହେବେ। ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି। ପ୍ରତିଯୋଗିତରେ ବିଜୟୀ ହେବେ। ଧନୁ: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶବାଦୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ବ୍ୟବସାୟରୁ ଅଧିକ ଧନଲାଭ ହେବ। ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉଣାହେବ ନାହିଁ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି। ମଧୁରଭାଷାରେ ଅଧସ୍ତନ ବ୍ୟକ୍ତିଙ୍କ ଦ୍ବାରା କାର୍ଯ୍ୟ ହାସଲ କରିବେ। ନୀତିନିଷ୍ଠ ହେବେ। ପାରିବାରିକ ସ୍ନେହ, ଶାନ୍ତି ଅବ୍ୟାହତ ରହିବ। ମୀନ: ଶରୀର ସୁସ୍ଥ ରହିବ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ରାଜଯୋଗରେ ମଣ୍ଡିତ ହେବେ। Share FacebookTwitterWhatsApp