ସୋମବାର ରାଶିଫଳ (୦୧/୦୨/୨୦୨୧)

ମେଷ: ଉଦାସ ସ୍ବଭାବର ହୋଇପାରନ୍ତି; ମାତ୍ର ଶତ୍ରୁର ଉପସ୍ଥିତ ଆପଣଙ୍କୁ ବିବ୍ରତ କରିପାରେ। ବନ୍ଧୁ ସହାୟତା ପାଇ ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ କରଣୀୟ ଋଣ ପରିଶୋଧ କରିପାରନ୍ତି।

ବୃଷ: ସୁଖ ହାନିର ସୂଚନା ମିଳୁଛି; ମାତ୍ର ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ଲାଭ ହୋଇପାରେ।

ମିଥୁନ: ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ କଠିନ ହେଉ ପଛେ ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

କର୍କଟ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନରେ ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତିର ବାତାବରଣ ପ୍ରବାହିତ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।

ସିଂହ: କିଛି ଉନ୍ନୟନ କାର୍ଯ୍ୟ କରିବାକୁ ନେଇ ପରାମର୍ଶ ଗ୍ରହଣ କରିବାକୁ ହେବ। ସୁଗୁଣ ସମ୍ପନ୍ନ ହେବେ। ଧନବାନ୍‌ ହୋଇପାରନ୍ତି। ସତ୍ୟାନୁରାଗୀ ହେବେ। ଉତ୍ତମା ପତ୍ନୀ ଓ ପୁତ୍ରାଦିଯୁକ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।

କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ସ୍ବଳ୍ପ ଆୟ ହେବାର ସୂଚନା ମିଳୁଛି; ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ବିବାଦୀୟ ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ଚକ୍ଷୁ ପୀଡ଼ା ହେବ।

ବିଛା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଲୋକ ସମ୍ପର୍କ ବୃଦ୍ଧି ପାଇବ।

ଧନୁ: ଶୁଭ ସମାଚାର ପାଇ ଆଶ୍ବସ୍ତି ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। କଳ କୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭକ୍ତି ଗାଥା ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି।

କୁମ୍ଭ: ଆଶାବାଦୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ନ୍ୟସ୍ତ ଦାୟିତ୍ବର ସୁପରିଚାଳନା କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରେ ଉପୁଜି ଥିବା ବାଧାବିଘ୍ନର ମୁକାବିଲା କରି ଆଗକୁ ବଢ଼ିବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମୀନ: ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

Comments are closed.