ତ୍ରିପୁରାର ହର୍ଣ୍ଣବିଲ୍‍ ମହୋତ୍ସବ : ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ମୂଳ ଲକ୍ଷ୍ୟ

ଅଗରତାଲା : ତ୍ରିପୁରାର ବାରମୋରା ସ୍ଥିତ ତେଲିଆମୁରାର ଇକୋପାର୍କଠାରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଦୁଇଦିନିଆ ହର୍ଣ୍ଣବିଲ୍‍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିବେଶର ସୁରକ୍ଷା ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି।
ରାଜ୍ୟରେ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହିତ ଗୋଣ୍ଡାଳିଆ ପ୍ରଜାତିର ପକ୍ଷୀମାନଙ୍କ ଉପରେ ଜନସଚେତନତା ସୃଷ୍ଟି ସହ ପକ୍ଷୀ ଓ
ପ୍ରକୃତିପ୍ରେମୀଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିଭଳି ଉତ୍ସବର ଆୟୋଜନ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଓ ଜୀବିକା ଅର୍ଜନର ପରିସର ବ୍ୟାପକ ହେବା ସହ ପର୍ଯ୍ୟଟନ, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ।

Comments are closed.