ଜାନୁଆରୀ ୨୯ରେ ଭାରତୀୟ ବଜାରକୁ ଆସିବ ୪୮ଏମପି କ୍ୟାମେରା ଥିବା ‘ଅନର ଭ୍ୟୁ-୨୦’

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ‘ୱାୱେ’ର ବ୍ରାଣ୍ଡ ‘ଅନର’ ଜାନୁଆରୀ ୨୯ରେ ଭାରତୀୟ ବଜାରରେ ନିଜର ଏକ ନୂଆ ସ୍ମାର୍ଟଫୋନ ‘ଅନର ଭ୍ୟୁ-୨’ ଲଞ୍ଚ କରିବ। ଖବରଅନୁସାରେ, ଜାନୁଆରୀ ୨୯ରେ ଦିଲ୍ଲୀର ଗୁରୁ ଗ୍ରାମ ଠାରେ ହେବାକୁଥିବା ଏକ କାର୍ଯ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯିବ। ଏହି ଫୋନର ଖାସ କଥା ହେଉଛି ଏଥିରେ ରେଡମି ନୋଟ-୭ଭଳି ୪୮ମେଗାପିକ୍ସେଲର କ୍ୟାମେରା ରହିଛି।

courtesy-cnet

ଅନର ଭ୍ୟୁ-୨୦ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୪ଇଞ୍ଚର ଫୁଲ ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୨୫:୯ ରହିଛି। ଏଥିରେ ‘ୱାୱେ’ର ଇନ୍‍ହାଉସ୍‍ ହାଇସିଲିକନ୍‍ କିରିନ୍‍ ୯୮୦ପ୍ରୋସେସର, ୬ଜିବି/୮ଜିବି ରାମ ଏବଂ ୧୨୮ଜିବି/୨୫୬ଜିବି ଷ୍ଟୋରେଜ ମିଳିବ। ଅନରର ଏହି ଫୋନରେ ୪୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ୪୮ମେଗାପିକ୍ସେଲର କ୍ୟାମେରା ସହିତ ସୋନି ଆଇଏମ୍‍ଏକ୍ସ ୫୮୬ସେନସର ରହିଛି । ଏହାବ୍ୟତୀତ ଫୋନରେ ୪,୦୦୦ଏମ୍‍ଏଚର ବ୍ୟାଟେରୀ ସହିତ ୨୨.୫ଡବ୍ଲୁ ସୁପରଚାର୍ଜର ସପୋର୍ଟ ମିଳିବ। ଫୋନର ମୂଲ୍ୟ ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ଫୋନର ପ୍ରି-ବୁକିଙ୍ଗ ଆମାଜନରୁ ହେଉଛି। ଏହି ଫୋନ ସହିତ ୨,୯୯୦ଟଙ୍କାର ବ୍ଲୁଟୁଥ ହେଡଫୋନ ମାଗଣାରେ ପାଇପାରିବେ।

Leave A Reply