କରୋନା ମୁକାବିଲା : ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ପାରିଶ୍ରମିକ ବଢାଇବେ ମଣିପୁର ସରକାର

ଇମ୍ଫାଲ : କରୋନା ମହାମାରୀ ବିରୁଦ୍ଧରେ ଲଢେଇ ସମୟରେ ଆଗଧାଡିର ସୈନିକ ବା କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟକ । ଲୋକମାନଙ୍କୁ ସଚେତନ କରିବା ସହ ସରକାରୀ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଉଛନ୍ତି । ତେବେ ମଣିପୁର ସରକାର ସେମାନଙ୍କ କାର୍ଯ୍ୟକୁ ସ୍ବୀକୃତି ସ୍ବରୁପ ମାସିକ ପାରିଶ୍ରମିକ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ମଣିପୁରରେ ଅଙ୍ଗନୱାଡି କର୍ମୀ ବା ୱାର୍କର୍ସ, ଅଙ୍ଗନୱାଡି ହେଲପର୍ସ ବା ସହାୟକ ଏବଂ ମିନି ଅଙ୍ଗନୱାଡି କର୍ମୀ ବା ୱାର୍କର୍ସଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବାକୁ ସ୍ଥିର କରିଛନ୍ତି । ଅଙ୍ଗନୱାଡି କର୍ମୀଙ୍କ ମାସିକ ପାରିଶ୍ରମିକ ୩,୦୦୦ ରୁ ୪,୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ଅଙ୍ଗନୱାଡି ସହାୟକଙ୍କ ପାରିଶ୍ରମିକ ୨,୫୦୦ରୁ ୩,୫୦୦ ଟଙ୍କା ଏବଂ ମିନି ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ୧,୫୦୦ଟଙ୍କାରୁ ୨,୫୦୦ ଟଙ୍କାକୁ ବୃଦ୍ଧି ପାଇବ । ରାଜ୍ୟ ସାମାଜିକ କଲ୍ୟାଣ ମନ୍ତ୍ରୀ ନେମଚା କିପଗେନ୍ ଟ୍ବିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

Comments are closed.