ମହୁମାଛି ଆକ୍ରମଣରେ ଦୁଇ ଆହତ

ପାଟଣା : ମହୁମାଛି କାମୁଡ଼ାରେ ଆଜି ଦୁଇ ଜଣ ଆହତ ହୋଇ ପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରଥମ ଘଟଣା କ୍ରମରେ ପିପିଳିଆ ଗ୍ରାମର ଇଶ୍ଵର ଚନ୍ଦ୍ର ମହାନ୍ତ (୭୪) ମହୁମାଛି ପଲଙ୍କ ଆକ୍ରମଣରେ ଆହତ ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପରେ ରସପଡା ଗ୍ରାମର ଶାନ୍ତନୁ ମହାକୁଡ (୬୦)ମଧ୍ୟ ମହୁମାଛି ଆକ୍ରମଣରେ ଶୀକାର ହୋଇ ଏହି ଡାକ୍ତରଖାନାରେ ପହଞ୍ଚି ଥିଲେ । ଚିକିତ୍ସା ପରେ ଉଭୟ ବିପଦମୁକ୍ତ ଥିବା ଜଣାପଡ଼ିଛି ।

Comments are closed.