ମହୁରେ ତ୍ବଚା ଚର୍ଚ୍ଚା

ଶୁଷ୍କ ତ୍ବଚା ନିମନ୍ତେ ମହୁ ଏକ ଉତ୍ତମ ମଏଶ୍ଚରାଇଜର୍ ପରି କାମ କରିଥାଏ। ବ୍ରଣ, ଦାଗ ସହ ସନ୍-ଟ୍ୟାନ୍ ଦୂର କରିବାରେ ମଧ୍ୟ ମହୁ ପ୍ୟାକ୍ ସାହାଯ୍ୟ କରେ। ସପ୍ତାହକୁ ୨-୩ଥର ମହୁ ପ୍ୟାକ୍ ଲଗାଇଲେ ଏହାର ଫରକ୍ ଜାଣିପାରିବେ।
– ମହୁ ୧ ଚାମଚ, କଞ୍ଚା ଖିର ୧ଚାମଚ, ବେସନ ୧ଚାମଚ, ତୁଳସୀ ରସ ଅଧ ଚାମଚ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇ ଶୁଖିବା ପରେ ଧୋଇନେବେ। ଏହି ପ୍ୟାକ୍ ତ୍ବଚା କୋମଳତା ନିମନ୍ତେ ସହାୟକ।
– ସନ୍-ଟ୍ୟାନ୍ ନିମନ୍ତେ ମୁଲତାନି ମାଟି, ମହୁ ଓ ଗୋଲାପଜଳର ପ୍ୟାକ୍ ୨୦ ମିନିଟ୍ ତ୍ବଚାରେ ଲଗାନ୍ତୁ। ରଙ୍ଗ ସଫା ପାଇଁ ମଧ୍ୟ ଏହି ପ୍ୟାକ୍ ନିୟମିତ ଲଗାଇଲେ ଲାଭ ମିଳେ।
– ତ୍ବଚା ଅଧିକ ଶୁଷ୍କ ଥିଲେ, ଶୁଦ୍ଧ ମହୁ ଲଗାଇ ୩୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇନେବେ। ଦୈନିକ ଏଇ ଉପାୟ କଲେ ଶୀଘ୍ର ଫରକ୍ ଜାଣିପାରିବେ।
– ତ୍ବଚା ସହ କେଶର ଘନତ୍ବ ଓ କେଶ ଝଡ଼ା ବନ୍ଦ କରିବାରେ ମହୁର ଭୂମିକା ଗୁରୁତ୍ବପୂର୍ଣ୍ଣ। ଦହି ଓ ମହୁ ମିଶାଇ ପ୍ୟାକ୍ ଭଳି କେଶ ମୂଳରେ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ ରୁପି ଓ କେଶ ଝଡ଼ା ସମସ୍ୟା କମ୍ ହୋଇଥାଏ।

Comments are closed.