ଏପରି ପରୀକ୍ଷା କରନ୍ତୁ ମହୁର ଶୁଦ୍ଧତା

ମହୁ ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଠାରୁ ଆରମ୍ଭ କରି ତ୍ୱଚାରେ ଲଗାଇବା, ଥଣ୍ଡା ସମୟରେ ତୁଳସୀ ପତ୍ର ସହ ମିଶାଇ ଖାଇବା ଭଳି ବହୁ କାର୍ଯ୍ୟରେ ବ୍ୟବହାର କରାଯାଏ। ମାତ୍ର ଏହାର ଶୁଦ୍ଧତା ଖୁବ ଆବଶ୍ୟକ। କାରଣ ଏଥିରେ ଅନ୍ୟ ଦ୍ରବ୍ୟ ମିଶିବା ଦ୍ୱାରା ଏହାର ଶୁଦ୍ଧତା ନଷ୍ଟ ହୋଇଥାଏ। ଜାଣନ୍ତୁ ମହୁର ଶୁଦ୍ଧତା କିଭଳି ଜାଣିବେ….
ଏକ ଗ୍ଲାସ ପାଣି ଗୋଟିଏ କାଚ ଗ୍ଲାସରେ ନିଅନ୍ତୁ। ଏଥିରେ ୨ ବୁନ୍ଦା ମହୁ ପକାନ୍ତୁ। ଶୁଦ୍ଧ ମହୁ ପାଣିରେ ଚାରିଆଡ଼େ ଖେଳାଇ ହେବ ନାହିଁ।
ଯଦି ପାଣିରେ ଏହା ଖେଳାଇ ହୁଏ ଜାଣିବେ ଏଥିରେ ଚିନି କିମ୍ବା ଅନ୍ୟ ପଦାର୍ଥ ମିଶିଛି।

Comments are closed.