ମହୁ ସହ ଏହି ଦ୍ରବ୍ୟ ମିଶାଇ ଖାଆନ୍ତୁ ନାହିଁ

0

ମହୁ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ଅଟେ। ଏହାକୁ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଖାଇ ଥାଆନ୍ତି। ମହୁ ଖାଇବା ଦ୍ବାରା ଶରୀରର ଅନେକ ଲାଭ ହୋଇଥାଏ। ଶୀତ ଦିନେ ମହୁ ଖାଇବା ଦ୍ବାରା ଥଣ୍ଡା ଛାଡି ଯାଇଥାଏ। ବହୁଲୋକେ ମହୁ ସହ ଅନେକ ଦ୍ରବ୍ୟ ମିଶାଇ ଖାଇ ଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ। ଏହାର ଅନେକ ଖରାପ ପ୍ରତିକ୍ରିୟା ଦେଖା ଦେଇଥାଏ।

ମହୁକୁ କେବେ ବି ଗରମ ଖାଦ୍ୟରେ ପକାଇ ଖାଆନ୍ତୁ ନାହିଁ। ଆୟୁର୍ବେଦ ଅନୁଯାୟୀ,ଗରମ ବାତାବରଣରେ କାର୍ଯ୍ୟ କରୁଥିଲେ ମହୁ ଖାଆନ୍ତୁ ନାହିଁ। ଗରମ ଖାଦ୍ୟରେ ମହୁ ମିଶାଇ ଖାଇବା ଦ୍ବାରା ସେଥିରେ ଥିବା ସମସ୍ତ ପୋଷକ ତତ୍ତ୍ବ ନଷ୍ଟ ହୋଇଯାଏ। ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।

ସଠିକ ତାପମାତ୍ରାରେ ମହୁ ରଖିବା ଉଚିତ। ଏହାକୁ ଅଳ୍ପ ଉଷୁମ ପାଣିରେ ପକାଇ ପିଇବା ଉଚିତ। ଏପରି କରିବା ଦ୍ବାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।

ମହୁକୁ ପାଟି​‌ରେ ପକାଇ ସଙ୍ଗେ ସଙ୍ଗେ ଢୋକି ଦିଅନ୍ତୁ ନାହିଁ। ଏହାକୁ ଅଳ୍ପ ମାତ୍ରାରେ ଖାଆନ୍ତୁ। ମହୁକୁ ଦିନରେ ଖାଉଥିଲେ ୩୦-୩୫ ଗ୍ରାମ ଓ ରାତିରେ ୨୫-୩୦ ଗ୍ରାମର ସେବନ କରିବା ଉଚିତ। ଏହାସହ ଅଧିକ ମହୁ ଖାଆନ୍ତୁ ନାହିଁ। ଦିନକୁ ମାତ୍ର ୨/୩ ଚାମଚ ମହୁ ଖାଇବା ଉଚିତ।

ମହୁକୁ ବର୍ଷା ଦିନେ ସେବନ କରନ୍ତୁ ନାହିଁ।

ଗରମ ଓ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଥିଲେ ମହୁ ଖାଆନ୍ତୁ ନାହିଁ।

ମହୁକୁ ଘିଅ, ଅନ୍ୟ ତେଲ ସହ ମିଶାଇ ଖାଇବା ଅନୁଚିତ।

ଅଧିକ ଗରମ ଥିବା ଚା, କଫିରେ ମହୁ ପକାଇ ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ମାଛ, ମାଂସ ସହ ମହୁ ଖାଇବା ଅନୁଚିତ।

ଭୁଲରେ ଚିନି ସହ ମହୁ ମିଶାଇ ଖାଆନ୍ତୁ ନାହିଁ। ଏହା ଶରୀରରେ ପହଞ୍ଚି ବିଷ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

Leave A Reply