ପ୍ରିମିୟମ ମୋଟରସାଇକଲ୍ ବ୍ୟବସାୟ ପାଇଁ ହୋଣ୍ଡାର ବୃହତ ଯୋଜନା ଘୋଷଣା

ଭୁବନେଶ୍ୱର: ପ୍ରିମିୟମ୍ ମୋଟରସାକଇଲ୍ ବ୍ୟବସାୟ ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭବିଷ୍ୟତ ଅଭିବୃଦ୍ଧି ଯୋଜନା ବିଷୟରେ ଘୋଷଣା କରାଯାଇଛି। ହୋଣ୍ଡା ଏହାର ପ୍ରିମିୟମ୍ ବାଇକ୍ ସଂଖ୍ୟାକୁ ବର୍ତ୍ତମାନର ୭ରୁ ବଢ଼ାଇ ଆସନ୍ତା ଆର୍ଥିକବର୍ଷ ସୁଦ୍ଧା ୧୩ରେ ପହଞ୍ଚାଇବାକୁ ଯୋଜନା ରଖିଛି। ଭାରତ ପାଇଁ କମ୍ପାନୀ ୫ଟି ନୂଆ ଆକର୍ଷଣୀୟ ମଡେଲ୍ ଆଣିବ। ପୂର୍ବରୁ କମ୍ପାନୀ ପାଖରେ ଯେଉଁ ୭ଟି ପ୍ରିମିୟମ୍ ବାଇକ୍‌ର ମଡେଲ୍ ରହିଛି ତାହା ୩୦୦ ସିସିରୁ ୧୮୦୦ ସିସି ମଧ୍ୟରେ ରହିଛି। ଏବେ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଫର ଦିନ ୱାର୍ଲଡ୍ ଉପରେ ଧ୍ୟାନ ଦେଉଛି। କମ୍ପାନୀ ଏହାର କିଛି ବଡ଼ ବାଇକ୍‌କୁ ଭାରତରେ ନିର୍ମାଣ କରିବାକୁ ଯାଉଛି। ହୋଣ୍ଡା ଏହାର ପ୍ରିମିୟମ୍ ବାଇକ୍ କାରବାରକୁ ଯାହା ବର୍ତ୍ତମାନ ୨୩ଟି ସହରରେ ରହିଛି ତାହାକୁ ୭୫ଟି ସହରକୁ ସମ୍ପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି।

Comments are closed.