ହୋଣ୍ଡା ନାଭି ୧ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଟପିଲା

0

ଭୁବନେଶର: ହୋଣ୍ଡା ନାଭି ବିକ୍ରି ୧ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଥିବା ହୋଣ୍ଡା ମୋଟରସାଇକଲ୍‍ ଆଣ୍ଡ୍‍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ ଘୋଷଣା କରାଯାଇଛି।୨୦୧୬ ଅଟୋ ଏକ୍ସପୋରେ ନାଭିକୁ ଉନ୍ମୋଚନ କରାଯାଇଥିଲା। ଏହା ହେଉଛି ପ୍ରଥମ ୧୦୦% ସ୍ୱଦେଶୀ ଭାବେ ବିକଶିତ ମଡେଲ୍‍ ଯାହାକୁ ହୋଣ୍ଡାର ଭାରତୀୟ ଆର୍‍ଆଣ୍ଡଡି ଟିମ୍‍ ପ୍ରସ୍ତୁତ କରିଥିଲା। ବର୍ତ୍ତର୍ମାନ ନାଭିକୁ ୧୦ଟି ଦେଶକୁ ରପ୍ତାନି କରାଯାଉଛି। ଏହି ସଫଳତା ବିଷୟରେ ହୋଣ୍ଡା ମୋଟରସାଇକଲ୍‍ ଆଣ୍ଡ୍‍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‍ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ କହିଛନ୍ତି ଯେ, ଟ୍ରେଣ୍ଡି ନାଭି ହେଉଛି ଏକ ଷ୍ଟାଇଲ ଷ୍ଟେଟ୍‍ମେଣ୍ଟ ଓ ଏହା ଯୁବବର୍ଗ ପାଇଁ ଟ୍ରେଣ୍ଡ୍‍ ଧାର୍ୟ୍ୟ କରୁଛି। ଛଅଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ନାଭିର ମୂଲ୍ୟ ୪୪,୭୭୫ ଟଙ୍କା (ଏକ୍ସ ସୋ’ରୁମ୍‍ ଦିଲ୍ଲୀ) ରହିଛି।

Leave A Reply