ଫିରିଙ୍ଗିଆ ପୁଲିସ ଦ୍ୱାରା ହୋଣ୍ଡା ସିଟି କାର୍‍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ଫିରିଙ୍ଗିଆ ପୁଲିସ ଗୁରୁବାର ପୁଟକିପଡା ଗ୍ରାମ ନିକଟରେ ଏକ ହୋଣ୍ଡା ସିଟି କାର୍‍ ଜବତ କରିବା ସହିତ ସେଥିରେ ଚୋରାରେ ଚାଲାଣ କରାଯାଉଥିବା ୩୦ କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି। ଓଡି-୦୨ଏଆର-୬୬୮୮ ନମ୍ବର ବିଶିଷ୍ଟ ଏହି କାରରେ କନ୍ଧମାଳରୁ ଅନ୍ୟ ଜିଲାରୁ ଗଞ୍ଜେଇ ଚୋରାରେ ଚାଲାଣ କରାଯାଉଥିବାବେଳେ ଫିରିଙ୍ଗିଆ ପୁଲିସ ତାହା ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଢେଙ୍କାନାଳ ସଞ୍ଜୀବ କୁମାର ଦାସ (୨୭) ଏବଂ କେନ୍ଦ୍ରାପଡାର ବିକାଶ ରଂଜନ ଦାସ (୨୪) ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ଶୁକ୍ରବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୭୩/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇଛି।

Comments are closed.