ବଜାରକୁ ଆସିଲା ହୋଣ୍ଡାର ସିବିଆର୬୫୦ଆର ବାଇକ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ନିଜର ନୂଆ ମଡେଲ ବାଇକ ‘ସିବିଆର୬୫୦ଆର’ର ବଜାର ପ୍ରବେଶ କରାଇଛି। ଭାରତୀୟ ବଜାରରେ ଏହି ବାଇକର ମୂଲ୍ୟ ୭.୭୦ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ ‘ସିବିଆର୬୫୦ଏଫ’ ପରିବର୍ତ୍ତେ ଏହି ବାଇକର ପ୍ରବେଶ କରାଯାଇଛି। ହୋଣ୍ଡା ‘ସିବିଆର୬୫୦ଆର’କୁ ପ୍ରଥମେ ୨୦୧୮ ଇଆଇସିଏମଏରେ ଲଞ୍ଚ କରାଯାଉଛି। ଏହି ବାଇକର ବୁକିଂ ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଯାଇଥିଲା। ଗ୍ରାହକ ୧୫ହଜାର ଟଙ୍କା ଦେଇ ଏହି ବାଇକ ବୁକିଂ କରିଛନ୍ତି। ‘ସିବିଆର୬୫୦ଏଫ୍‍’ ବାଇକ ତୁଳନାରେ ନୂଆ ବାଇକରେ ଡିଜାଇନ ବିଷୟରେ ପରିବର୍ତ୍ତନ କରାଯାଇଛି। ଏହି ବାଇକରେ ଡୁଆଲ ହେଡଲ୍ୟମ୍ପ ୟୁନିଟ, ଏକ୍ସପୋର୍ଟ ଇଞ୍ଜିନ ଓ ନୂଆ ଟେଲ ସେକ୍ସନ ରହିଛି। ଏହାବ୍ୟତୀତ ଏହି ନୂଆ କାରରେ ଏଲଇଡି ହେଡଲ୍ୟାମ୍ପ, ଫୁଲ ଡିଜିଟାଲ ଏଲସିଡି, ଟର୍କ କଣ୍ଟ୍ରୋଲ, ସ୍ଲିପର କ୍ଲଚ ଓ ଏକ କ୍ୱିକ ସିପ୍ଟର ଦିଆଯାଇଛି। ବ୍ରେକିଂ ସୁବିଧା ଦେଖିବାକୁ ଗଲେ ବାଇକର ପ୍ରଥମ ଭାଗରେ ଡୁଆଲ ଡିସ ବ୍ରେକ ଓ ପଛ ଭାଗରେ ଏକକ ଡିସ ବ୍ରେକ ରହିଛି।

Comments are closed.