ହୋଣ୍ଡା ପକ୍ଷରୁ ଆକ୍ଟିଭା ୧୨୫ ବିଏସ୍-୬ର ଉନ୍ମୋଚନ

0

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏହାର ପ୍ରଥମ ବିଏସ୍-୬ ମଡେଲ୍ ଭାବେ ସମ୍ପୂର୍ଣ୍ଣ ନୂଆ ପ୍ରିମିୟମ୍ ଆକ୍ଟିଭା ୧୨୫ ବିଏସ୍-୬କୁ ଉନ୍ମୋଚନ କରିଛି। ଦେଶରେ ୨୦୨୦ ଏପ୍ରିଲରୁ ବିଏସ୍-୬ ନିୟମ ଲାଗୁ ହେବାକୁ ଯାଉଥିବାବେଳେ ଏହାର ବହୁ ପୂର୍ବରୁ ହୋଣ୍ଡା ଏହି ନିୟମକୁ ପାଳନ କରୁଛି। ଏହି ଅବସରରେ ଆୟୋଜିତ ସ୍ୱତବ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସିଇଓ ତଥା ଏମ୍‌ଡି ମିନୁରୋ କାଟୋ କହିଛନ୍ତି ଯେ,ଗମନାଗମନ ଉନ୍ନତି କ୍ଷେତ୍ରରେ ଅଗ୍ରଣୀ ରହିବା ହେଉଛି ଆମର ବିଶ୍ୱ ସ୍ତରୀୟ ଲକ୍ଷ୍ୟ ଏବଂ ହୋଣ୍ଡା ଡିଏନ୍ଏର ମୂଳରେ ରହିଛି ନୂତନତ୍ୱ। ଆମ ପିଲାଙ୍କ ଲାଗି ନୀଳ ଆକାଶର ଆମର ଯେଉଁ ବିଶ୍ୱ ସ୍ତରୀୟ ପ୍ରତିବଦ୍ଧତା ରହିଛି ତାହା ଦ୍ୱାରା ଅନୁପ୍ରାଣିତ ହୋଇ ହୋଣ୍ଡା ବିଏସ୍-୬ନିୟମକୁ ପରବର୍ତ୍ତିତ ହୋଇଛି। ଏଥିରେ ଡିଜିଟାଲ୍ ଆନାଲଗ୍ ମିଟର୍ ମଧ୍ୟ ବ୍ୟବହାର କରାଯାଇଛି। ଏହା ପରିବେଶ ମିତବ୍ୟୟୀ ଇଞ୍ଜିନ୍‌ ଓ ବୈଶିଷ୍ଟ୍ୟ ସହିତ ଆକ୍ଟିଭା ୧୨୫ ବିଏସ୍-୬ ମଡେଲ୍ ୧୩% ଅଧିକ ମାଇଲେଜ୍ ପ୍ରଦାନ କରିବ। ଏହା ବ୍ୟତୀତ ଏଥିରେ ପ୍ରିମିୟମ୍ କ୍ରୋମ୍ ଚେଷ୍ଟ୍ ଓ ପଛ ଲାଇଟ୍ରେ ଆକ୍ଟିଭା୍ ୧୨୫ ଲୋଗୋ ରହିଛି। ଆକ୍ଟିଭା ୧୨୫ ବିଏସ୍-୬ ୩ଟି ଭାରିଆଣ୍ଟ-ଷ୍ଟାଣ୍ଡାର୍ଡ, ଆଲଏ ଓ ଡିଲକ୍ସରେ ଉପଲବ୍ଧ ାଷ୍ଟାଣ୍ଡାର୍ଡ ଭାରିଆଣ୍ଟର ମୂଲ୍ୟ ୬୭,୪୯୦ ଟଙ୍କାରୁ ଆରମ୍ଭ। ଅନ୍ୟ ଦୁଇ ଭାରିଆଣ୍ଟ ଆଲଏର ମୂଲ୍ୟ ୭୦,୯୯୦ ଟଙ୍କା ଓ ଡିଲକ୍ସର ଦାମ୍ ୭୪,୪୯୦ ଟଙ୍କା ରହିଛି (ଦିଲ୍ଲୀ ଏକ୍ସ ସୋ’ରୁମ୍।

Leave A Reply