MEllora 950×100

ଆସୁଛି ହୋଣ୍ଡାର 7G ସ୍କୁଟର; ହ୍ରାସ ପାଇଲା ପୁରୁଣା ଆକ୍ଟିଭାର ଦାମ୍ !

ନୂଆଦିଲ୍ଲୀ: ଆସୁଛି ହୋଣ୍ଡାର ୭ଜି ସ୍କୁଟର । ଉନ୍ନତ ମାନର ମାଇଲେଜ ଓ ସୁନ୍ଦର ଶୈଳୀକୁ ନେଇ ହୋଣ୍ଡା ତାର ୭ଜି ସ୍କୁଟର ଗ୍ରାହକଙ୍କ ନିକଟକୁ ଖୁବଶୀଘ୍ର ନେଇ ଆସୁଛି । ଏହି ସ୍କୁଟରର ଲୁକ୍ ହୋଣ୍ଡା ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯାଇଥିବା ବେଳେ ବିଶେଷ ସୁବିଧା ମଧ୍ୟ ଏଥିରେ ଦେଇଛି କମ୍ପାନୀ । ବ୍ଲୁଟୁଥ୍ କନେକ୍ଟିଭିଟି ସହ ଏଥିରେ ଅନ୍ୟାନ୍ୟ ସୁବିଧା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ସ୍କୁଟରର ଅଧିକ ମାଇଲେଜ ଉପରେ ଗୁରୁତ୍ୱ ଦେଇଛି କମ୍ପାନୀ ।

ଗାଡିର ମାଇଲେଜରେ ଆହୁରି ଉନ୍ନତି ଅଣାଯାଇଛି । ଲିଟର ପିଛା ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି କୁହାଯାଇଛି । ଏବଂ ଏହାର ଇଞ୍ଜିନ ୧୧୦ସିସି ରହିବ ବୋଲି କହିଛି କମ୍ପାନୀ । ୭ଜି ସ୍କୁଟରର ସୋ’ ରୁମ୍ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।

ଗ୍ରହକଙ୍କ ପାଇଁ ଆହୁରି ଏକ ସୁବିଧା ଆଣିଛି କମ୍ପାନୀ । ପୁରୁଣା ଗାଡ଼ି ଗୁଡ଼ିକୁ ଷ୍ଟକରୁ ହଟାଇବାକୁ କମ୍ପାନୀ ପ୍ରୟାସ କରୁଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଅଫର ରଖାଯାଇଛି । ଏସବିଆଇ, ଫେଡେରାଲ ସମେତ ଅନ୍ୟ କେତେକ ବ୍ୟାଙ୍କର କାର୍ଡରେ ୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା କରାଯାଇଛି । ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ରୋଡ୍ ଟ୍ୟକ୍ସ ଉପରେ ଶତ ପ୍ରତିଶତ  କାର୍ଯ୍ୟ କରୁଛି କମ୍ପାନୀ ।

 

Comments are closed.