MEllora 950×100

ଆପଣଙ୍କର ଅଛି କି ହୋଣ୍ଡା ଆକ୍ଟିଭା ? ଆଉ ରହିବନି ଚୋରି ଚିନ୍ତା !

ଭୁବନେଶ୍ୱର: ଗାଡ଼ି ଚୋରି ହେବା ନେଇ ଆଉ ରହିବନି ଚିନ୍ତା । କାରଣ ଆପଣଙ୍କ ପ୍ରିୟ ଭେଇକିଲ୍ କମ୍ପାନୀ ହୋଣ୍ଡା ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ହୋଣ୍ଡା ପକ୍ଷରୁ ନିକଟରେ ଆକ୍ଟିଭାର ଏଚ୍-ସ୍ମାର୍ଟ ମଡେଲ ବଜାରରେ ଉପଲବ୍ଧ ହୋଇଛି । ଆକ୍ଟିଭାର ଏହି ମଡେଲ୍‌ ମାର୍କେଟରେ ୩ ପ୍ରକାରର ଉପଲବ୍ଧ ହେଉଛି । ସ୍କୁଟର ଚୋରି ନହେବାକୁ ନେଇ କମ୍ପାନୀ ବିଶେଷ ଦୃଷ୍ଟି ଦେଇଛି । କାର୍‌ ଭଳି ଏଥିରେ ସ୍ମାର୍ଟ କି ରଖିଛି କମ୍ପାନୀ । ସ୍ମାର୍ଟ କି ସାହାଯ୍ୟରେ ଆପଣ ଗାଡ଼ି ଷ୍ଟାର୍ଟ କରିବା ସହ ବନ୍ଦ ମଧ୍ୟ କରି ପାରିବେ । ଖାଲି ସେତିକି ନୁହେଁ ତେଲ ପକାଇବାକୁ ହେଲେ ସ୍ମର୍ଟ କି ମଧ୍ୟ ବ୍ୟବହାର ହୋଇପାରିବ ।

ଗାଡ଼ି ଠାରୁ ୧୦ ମିଟର ମଧ୍ୟରେ ରହି ସ୍ମର୍ଟ କିରେ ଗାଡ଼ି ଷ୍ଟାର୍ଟ କରିହେବ । ୧୦ ମିଟର ଅତିକ୍ରମ କରିବା ପରେ ଆଉ ସ୍ମାର୍ଟ କିରେ ଗାଡ଼ି ଷ୍ଟାର୍ଟ ହୋଇପାରିବ ନାହିଁ । ହୋଣ୍ଡା ପକ୍ଷରୁ ନକଟରେ ଆକ୍ଟିଭାର ଏଚ୍-ସ୍ମାର୍ଟ ମଡେଲକୁ ବଜାରକୁ ଛଡ଼ାଯାଇଛି । ଖାଲି ସ୍ମାର୍ଟ କି ନୁହେଁ ଏଥିରେ ଅନେକ ଆଡଭାନ୍ସ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ।  ଆକ୍ଟିଭା ଷ୍ଟାଣ୍ଡାର୍ଡ ଠାରୁ ଏଚ୍-ସ୍ମାର୍ଟର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ଅଧିକ ରଖିଛି କମ୍ପାନୀ । ହେଲେ ପୂର୍ବଭଳି ୧୦୯.୫୧ ସିସି କ୍ଷମତାର ଇଞ୍ଜିନ ଏଥିରେ ବ୍ୟବହାର କରାଯାଇଛି । ଡିସି ଏଲଇଡି ହେଡଲ୍ୟାମ୍ପ ବ୍ୟବସ୍ଥା ଏଥିରେ ରହିଥିବା ବେଳେ ଯାହାକି ରାତିରେ ବେଶ କାମରେ ଆସିଥାଏ ।

 

 

Comments are closed.