ହୋଣ୍ଡା ନାଭି ୨୦୧୮ ଏଡିସନ୍ ଉନ୍ମୋଚିତ

0

ଭୁବନେଶ୍ୱର,୨୧ା୭: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନାଭି ୨୦୧୮ ଏଡିସନ୍‌ର ଉନ୍ମୋଚନ କରାଯାଇଛି। ଏଥିରେ ନୂଆ ଷ୍ଟାଇଲିସ୍ ଫୁଏଲ୍ ଗଜ୍ ଓ ମେଟାଲ୍ ମଫଲର୍ ପ୍ରୋଟେକ୍ଟର ବ୍ୟବହାର କରାଯାଇଛି। ନୂଆ ଗ୍ରାବ୍ ରେଲ୍, ହେଡ୍‌ଲାଇଟ୍ କଭର, ରିଅର୍ ଭିଉ ମିରର୍ ଓ ସ୍ପୋର୍ଟି ଲାଲ୍ ରଙ୍ଗର କୁସନ୍ ସ୍ପ୍ରିଙ୍ଗ୍ ଏହାକୁ ଆକର୍ଷଣୀୟ ଲୁକ୍ ପ୍ରଦାନ କରୁଛି। ୨୦୧୬ରେ ବଜାରକୁ ଆସିଥିବା ଏହି ନୂଆ ଯାନ ୨୦୧୮ରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ବିବିଧ ଭାରତୀୟ ଦୁଇଚକିଆ ଯାନ ବଜାରରେ ନାଭି ଏହାର ସ୍ୱତନ୍ତ୍ର ଆମୋଦଦାୟକ ଭାବ ଯୋଗୁଁ ଅନ୍ୟମାନଙ୍କଠାରୁ ଅଲଗା ଭାବେ ଉଭା ହୋଇଛି। ହୋଣ୍ଡା ନାଭି ୨୦୧୮ ଏଡିସନ୍‌ରେ ୧୦୯ ସିସି ଇଞ୍ଜିନ ଓ ଟ୍ୟୁବ୍‌ଲେସ୍‌ ଟାୟାର ରହିଛି। ଏହାର ଏକ୍ସ ସୋ’ରୁମ୍ ଦିଲ୍ଲୀ ମୂଲ୍ୟ ୪୪,୭୭୫ ଟଙ୍କା ରହିଛି

Leave A Reply