କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି : ଲୋକସଭା ବାଚସ୍ପତିଙ୍କ ସହ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

-ଚଳିତବର୍ଷ ଶେଷ ସୁଦ୍ଧା କୋଟାରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ
-କରୋନା ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପରେ ବୃଦ୍ଧି

ନୂଆଦିଲ୍ଲୀ : ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ସହ ମିଳିତ ଭାବେ ସମୀକ୍ଷା କରିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଡିସେମ୍ବର ସୁଦ୍ଧା କୋଟାରେ ଆରଏସଜିଲ ତଥା ଆରଏସପିସିଏଲ ଏବଂ ଗେଲ୍‍ ଗ୍ୟାସର ମିଳିତ ଉଦ୍ୟମରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ କରାଯିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାସହ ୩ଟି ନୂଆ ସିଏନଜି ଷ୍ଟେସନର କାମ ମଧ୍ୟ ଶେଷ କରାଯିବ। ଆରଏସଜିଏଲର ଅଧିକାରୀମାନେ ସ୍ୱଚ୍ଛ ଇନ୍ଧନର ବିକାଶ ପାଇଁ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଉଛନ୍ତି।
କୋଭିଡ-୧୯ ଚ୍ୟାଲେଞ୍ଜ ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପ ଆଗେଇ ଚାଲିଛି। ରାଜସ୍ଥାନ ଏବଂ କୋଟାରେ ପରିବହନ, ଶିଳ୍ପ ଏବଂ ଘରୋଇ କ୍ଷେତ୍ରରେ ସିଏନଜି ଏବଂ ପିଏନଜି ଯୋଗାଇବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.