ଧୁରୁଷିଆରେ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ

ଗୁରୁଡିଝାଟିଆ: ଧୁରୁଷିଆ ପଞ୍ଚାୟତର ଧୁରୁଷିଆଠାରେ ଆଠଗଡ ବିକାଶ ମଞ୍ଚ ତରଫରୁ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ମାନସ ବସ୍ତଅିା ମାଗଣାରେ ଔଷଧ ବଣ୍ଟନ କରିବା ସହିତ ଏହାର ଉପକାରିତା ସଂପର୍କରେ ବୁଝାଇଥିଲେ। ଗ୍ରାମର ବହୁ ବରିଷ୍ଠ ନାଗରିକ ଓ ମହିଳା ଔଷଧ ନେଇଥିଲେ। ମଞ୍ଚର ଏଭଳି କାର୍ଯ୍ୟକୁ ଧୁରୁଷିଆରେ ସାଧୁବାଦ ପ୍ରଦାନ କରାଯାଇଛି।

Comments are closed.