୬୦୦ ଟଙ୍କା ଲାଞ୍ଚ ନେବାବେଳ ହୋମଗାର୍ଡ଼ ଗିରଫ

ପାସ‌ପୋର୍ଟ କରି ଦେବ କହି ୬୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଜଣେ ହୋମଗାର୍ଡ଼ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ତାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ  ବାଲେଶ୍ବର ଜିଲ୍ଲା ବସ୍ତା ଥାନାର ହୋମଗାର୍ଡ ଚନ୍ଦ୍ର ମୋହନ ନାୟକ  ବସ୍ତା ଥାନାରେ ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରନ୍ତି। ଜଣେ ବ୍ୟକ୍ତିଙ୍କୁ ପାସପୋର୍ଟ କରାଇ ଦେବ କହି ଟଙ୍କା ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଠାରୁ ୬୦୦ ଟଂକା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମୋହନଙ୍କୁ ଗିରଫ କରିଥିଲା ।

Comments are closed.