କୋଭିଡ ମୁକାବିଲା ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ : ରାଜ୍ୟକୁ ସ୍ୱରାଷ୍ଟ୍ର ସଚିବଙ୍କ ଚିଠି

ଅଧିକ ସତର୍କତା ଓ ପର୍ଯ୍ୟବେକ୍ଷଣ ବୃଦ୍ଧି ପାଇଁ ପରାମର୍ଶ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା କୋଭିଡର ମୁକାବିଲାରେ ଅଧିକ ସତର୍କ ରହିବା ଓ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। କୋଭିଡ-୧୯ ସମ୍ବନ୍ଧୀୟ ନିୟମାବଳୀ ଗୁଡ଼ିକର ଅବଧିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପରେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ଏହା ଜଣାଇଛନ୍ତି।

ସେ କହିଛନ୍ତି ଦେଶରେ ନୂଆ ସଂକ୍ରମିତମାନଙ୍କ ସଂଖ୍ୟା ଓ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଏହା ସତ୍ତ୍ବେ ଆମକୁ ପର୍ଯ୍ୟବେକ୍ଷଣରେ କୋହଳ କରିବା ଉଚିତ ନୁହେଁ। କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କୋଭିଡ୍‍ କଟକଣାଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ସେ ନିବେଦନ କରିଛନ୍ତି।

Comments are closed.