ଖଣ୍ଡିଆ ହୋଇଯାଇଛି କି? ଶୀଘ୍ର ଉପଶମ ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ କୌଣସି ଆଘାତ କାରଣରୁ ଶରୀରରେ କ୍ଷତ ବା ଖଣ୍ଡିଆ ହୋଇଗଲେ ଅନେକ ରକ୍ତ ବାହାରିବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେଣୁ ଆମେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଅନେକ ଔଷଧ ଖାଇବା ସହ କ୍ଷତ ସ୍ଥାନରେ ମଧ୍ୟ ଲଗାଇଥାଉ। ଔଷଧ ବ୍ୟବହାରରେ ଯଦିଓ ରକ୍ତ ବାହାରିବା ବନ୍ଦ ହୋଇଯାଏ, କିନ୍ତୁ ଘା’ ଶୁଖିବାକୁ ଅନେକ ସମୟ ଲାଗିଥାଏ। ଆଉ ଆମେ ସେ ପର୍ଯ୍ୟନ୍ତ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯଦ୍ବାରା ଶରୀରରେ ହୋଇଥିବା ଛୋଟମୋଟ ଖଣ୍ଡିଆ ଶୀଘ୍ର ଭଲ ହୋଇଯିବା ଏବଂ ଆପଣ ଆରାମ ଅନୁଭବ କରିବେ। ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପଚାର ବିଷୟରେ –

୧. ଘା’ ହୋଇଥିବା ସ୍ଥାନରେ ଆପଣ ଫିଟିକିରିକୁ ଅଳ୍ପ ଗରମ କରି ଲଗାନ୍ତୁ। ଏହାଦ୍ୱାରା ଘା’ ଶୀଘ୍ର ଭଲ ହୋଇଯିବ।

୨. ନିମ୍ବ ପତ୍ରକୁ ପେଷି ଏହାକୁ ଘା’ ହୋଇଥିବା ସ୍ଥାନରେ ରଖି ପଟି ବାନ୍ଧିଦିଅନ୍ତୁ। ଖୁବଶୀଘ୍ର ସୁଫଳ ମିଳିବ।

୩. ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲେ, ସେହି ସ୍ଥାନରେ ଫିଟିକିରି ଗୁଣ୍ଡ ଭରିଦିଅନ୍ତୁ। ଦେଖିବେ, କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ।

୪. ବଡ଼ ଘା’ ହୋଇଥିଲେ, ଘିଅରେ କର୍ପୂର ମିଶାଇ ଲଗାନ୍ତୁ।

୫. ଦୂବ ଘାସକୁ ପେଷି ଖଣ୍ଡିଆ ସ୍ଥାନରେ ଲଗାଇଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

୬. ଯଦି କ୍ଷତ ସ୍ଥାନରୁ ଲଗାତର ରକ୍ତ ବାହାରୁଛି, ତେବେ କପଡ଼ାକୁ କିରୋସିନ ତେଲରେ ବୁଡ଼ାଇ ବାନ୍ଧି ଦିଅନ୍ତୁ।

୭. ତୁଳସୀ ପତ୍ରକୁ ପେଷି କ୍ଷତ ସ୍ଥାନରେ ଲଗାଇଲେ ଘା’ ଶୀଘ୍ର ଭଲ ହୋଇଯାଏ।

Comments are closed.