ଘରୋଇ ଉପାୟରେ ଦୂର କରନ୍ତୁ ଚର୍ମରୋଗ

ସାଧାରଣତଃ ଅନେକ ଲୋକଙ୍କଠାରେ ଅଧିକାଂଶ ସମୟରେ ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ। ଯେପରିକି ଯାଦୁ, କାଛୁ, କୁଣ୍ଡିଆ ଇତ୍ୟାଦି। ବିଶେଷ କରି ଖରାଦିନେ ଅଧିକ ଝାଳ ବୋହିବା ଯୋଗଁଣ ଏହି ସମସ୍ୟା ବେଶୀ ଦେଖାଦେଇଥାଏ। ଏହା ଏପରି ଏକ ରୋଗ ଯାହାଦ୍ବାରା ଲୋକଙ୍କ ପାଇଁ ଉଠିବା ବସିବା ମଧ୍ୟ କଷ୍ଟକର ହୋଇଥାଏ। ବେଳେବେଳେ ଅନେକ ଔଷଧ ଖାଇବା ପରେ ମଧ୍ୟ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳେ ନାହିଁ। ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ଏସବୁ ଚର୍ମରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ। ଚାଲନ୍ତୁ ଜାଣିବା ସେହି ସବୁ ଘରୋଇ ଉପାୟ ବିଷୟରେ –

ରସୁଣ- ରସୁଣରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ରସୁଣକୁ କାଛୁକୁଣ୍ଡିଆ ଉପରେ ଲଗାଇଲେ ଏହା ଧିରେ ଧିରେ ଠିକ୍ ହୋଇଥାଏ। ସମସ୍ୟାର ସମାଧାନ ନହେଲା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା କରିଲେ କାଛୁ କୁଣ୍ଡିଆରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିଥାଏ।

ନିମ- ନିମ ତେଲକୁ ଘିକୁଆଁରୀ ରସ ସହ ମିଶାଇ କାଛୁ କୁଣ୍ଡିଆରେ ଲଗାଇଲେ ଏହା ଠିକ୍ ହୋଇଯାଏ। ପ୍ରତି ଦିନ ଏହି ପ୍ରକ୍ରିୟା କରିଲେ ଶୀଘ୍ର ଏହି ସମସ୍ୟା ଦୂର ହୋଇଥାଏ।

ସେଓ ରସ- ସେଓ ରସରେ ଏଣ୍ଟିମାଇକ୍ରୋବିଆଲ ଗୁଣ ଥାଏ। ଏହା ତ୍ବଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା କାଛୁ କୁଣ୍ଡିଆ ସହ ଅନ୍ୟାନ ସଂକ୍ରମଣରୁ ମଧ୍ୟ ମୁକ୍ତି ଦେଇଥାଏ।

ହଳଦୀ- ହଳଦୀ କେବଳ କାଛୁ କୁଣ୍ଡିଆ ନୁହଁ ଏହା ସହ ତ୍ବଚା ସମ୍ବନ୍ଧିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରେ। ହଳଦୀ ଚର୍ମରୋଗକୁ ତୁରନ୍ତ ଠିକ୍ କରିଥାଏ।

ଅମୃତଭଣ୍ଡା- ଅମୃତଭଣ୍ଡା ତ୍ବଚାରୁ ବିଭିନ୍ନ ଜୀବାଣୁ ଦୂରାଇବାରେ ସାହାଯ୍ୟ କରିଥାଏ। ଏହା ଲଗାଇଲେ ଜାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟା ଉତ୍ପନ୍ନ ହୋଇନଥାଏ। ଏହା ଶରୀରକୁ ରୋଗମୁକ୍ତ ରଖେ। କାଛୁ କୁଣ୍ଡିଆ ହୋଇଥିବା ସ୍ଥାନରେ ପାଚିଲା ଅମୃତଭଣ୍ଡାକୁ ୧୫ ମିନ୍ଟ ଲଗାଇ ଥଣ୍ଡା ପାଣିରେ ଧୋଇଦେଲେ କାଛୁ କୁଣ୍ଡିଆ ଭଳି ଅନେକ ଚର୍ମରୋଗ ଦୂର ହୋଇଥାଏ।

Comments are closed.