ବିଛଣାକୁ ଯିବା ପୂର୍ବରୁ ଆପଣାନ୍ତୁ ଏହି ସହଜ ଉପାୟ : ପାଇବେ ଏକ ସୁସ୍ଥ ଓ ଉଜ୍ବଳ ଚେହେରା

0

ସାଧାରଣତଃ ଏକ ସୁନ୍ଦର ଓ ଉଜ୍ବଳ ଚେହେରା ପାଇବାକୁ ସମସ୍ତଙ୍କର ଆଶା ଥାଏ। ହେଲ ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ରଖିବା ପାଇଁ କାହା ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ନାହିଁ। ଅନ୍ୟପକ୍ଷରେ ତୁରନ୍ତ ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣ ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ହେଲେ ଏହାଦ୍ବାରା ସୁଫଳ ମିଳିବା ପରିବର୍ତ୍ତେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେବା ସହ ତ୍ବଚା ଖରାପ ହୋଇଥାଏ। ତେବେ ଏପରି କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣାଇବା ଦ୍ବାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଅନେକ ତ୍ବଚା ସମସ୍ୟାରୁ ମୁକ୍ତି ମିଳିବା ସହ ଆପଣ ଏକ ସୁସ୍ଥ ଓ ଉଜ୍ବଳ ତ୍ବଚା ପାଇପାରିବେ। ଏଥିପାଇଁ ଆବଶ୍ୟକ କେବଳ ଘି କୁଆଁରୀ ରସ ଓ ନଡ଼ିଆ ତେଲ। ଚାଲନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରି ସୁନ୍ଦର ତ୍ବଚା ପାଇପାରିବା –

କେମିତି କରିବେ ବ୍ୟବହାର :
-ସର୍ବ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ। ଏହା ପରେ ସେଥିରେ କିଛି ଘି କୁଆଁରୀ ରସ ଏବଂ ନଡ଼ିଆ ତେଲ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
-ଏହି ମିଶ୍ରଣକୁ ଚେହେରା ଏବଂ ଗଳାରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩ ମିନିଟ ହାଲକା ଭାବରେ ମସାଜ କରନ୍ତୁ।
-୧୫ ମିନିଟ ପରେ ଆପଣ ଆପଣଙ୍କ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହାର ବ୍ୟବହାର ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ସପ୍ତାହରେ ଅତି କମରେ ୩ ଥର ଏହାକୁ ଆପଣଙ୍କ ଚେହେରା ଏବଂ ବେକରେ ଲଗାନ୍ତୁ।

Leave A Reply