ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ମିଳିବ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାକୁ ନେଇ ଚିନ୍ତିତ। ଏପରିକି କିଛି ଲୋକ ଯେତେ ଯାହା ଉପଚାର କରାଇଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହନ୍ତି। ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ଯନ୍ତ୍ରଣାରୁ କିଛି ସମୟ ପାଇଁ ମୁକ୍ତି ମିଳୁଛି ସତ ହେଲେ ପରେ ପୁଣି ସେହି ସମାନ ଯନ୍ତ୍ରଣା। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ତଥା ସଚେତନ ରହିଲେ ଏଥିରୁ ଅନେକାଂଶରେ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ-

-କୌଣସି ସ୍ଥାନରେ ବସିବା ବେଳେ ଏପରି ବସନ୍ତୁ ଯେପରି ନିଜ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ।

-ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। କାରଣ ଉଠିବା ବେଳେ ସାମାନ୍ୟ ଅବହେଳାରୁ ଅଣ୍ଟା ଉପରେ ଚାପ ପଡ଼ିଥାଏ ଏବଂ ତାହା ଅଣ୍ଟାବିନ୍ଧାର କାରଣ ସାଜିଥାଏ।

-କୌଣସି ସ୍ଥାନରେ ଠିଆ ହୋଇଥିଲେ ସିଧା ଠିଆ ହୁଅନ୍ତୁ।

-ନଇଁପଡ଼ି ହଠାତ୍‌ କୌଣସି ଓଜନିଆ ଜିନିଷ ଉଠାନ୍ତୁ ନାହିଁ। ଯଦି ନଇଁକରି କାମ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଣ୍ଟାକୁ ବିଶ୍ରାମ ଦିଅନ୍ତୁ।

-ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ।

-ଯଦି ଗାଡ଼ି ଚଳାଉଛନ୍ତି ତେବେ ୯୦ ଡିଗ୍ରୀ ପୋଜିସନରେ ବସି ଗାଡ଼ି ଚଳାନ୍ତୁ।

-ଅଣ୍ଟାଜନିତ ସମସ୍ୟା ଦେଖାଦେଲେ କେତେକ ବ୍ୟାୟାମ ମଧ୍ୟ କରିବାକୁ ପଡ଼ିଥାଏ। ଏନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Comments are closed.