ଜେଏନ୍‍ୟୁ ଘଟଣାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ନିନ୍ଦା ; ରିପୋର୍ଟ ମାଗିଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ପରିସରରେ ହୋଇଥିବା ହିଂସାତ୍ମକ ଘଟଣାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଦୃଢ଼ ନିନ୍ଦା କରିଛନ୍ତି। ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ  ଉଦବେଗଜନକ ବୋଲି ସେ କହିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରଖିବା ସହଏହାର ଗରିମା ଅକ୍ଷୁର୍ଣ୍ଣ ରଖିବା ଲାଗି ସେ ଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ପୁଲିସ କମିଶନରଙ୍କୁ ଜେଏନୟୁ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଜଣେ ଯୁଗ୍ମ ସିପି ସ୍ତରର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୁଲିସଠାରୁ ଘଟଣାା ସଂପର୍କରେ ରିପୋର୍ଟ ମଗାଯିବା ସହ ବିଶ୍ବବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଛି ।

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ କହିଛନ୍ତି ଜେଏନ୍‍ୟୁ ପରିସରରେ ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କ ବିରୁଦ୍ଧରେ ହୋଇଥିବା ହିଂସା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏ ସଂପର୍କରେ ସେ ଟ୍ୱିଟ୍‍ କରି କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି ସେଠାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଏହି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦିଲ୍ଲୀ ପୋଲିସ୍‍କୁ ନିର୍ଦ୍ଦେଶ ଦିଆଯାଇଛି।

ରବିବାର ରାତିରେ ଜେଏନୟୁ ପରିସରରେ ଛାତ୍ରଛାତ୍ରୀଙ୍କ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୧୮ ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ଦିଲ୍ଲୀ ଏମ୍‍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଇତିମଧ୍ୟରେ ଜେଏନ୍‍ୟୁ କର୍ତ୍ତୃପକ୍ଷ ଏହି ହିଂସା ଘଟଣାରେ ଯେଉଁ
ଛାତ୍ରଛାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କ ଲାଗି ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ମଧ୍ୟ ଏ ସଂପର୍କରେ ଟ୍ୱିଟ୍‍ କରି ଜେଏନୟୁ ପରିସରରେ ହୋଇଥିବା ହିଂସା ଘଟଣାକୁ ଦୃଢ଼ ନିନ୍ଦା କରିଛି।

FINAL JNU VIOLENCE::Home Minister Amit Shah spoke to Delhi Police Commissioner about the situation at JNU and ordered an inquiry by a senior police officer into the violence that broke out yesterday evening. The Home Minister’s office said, the inquiry will be carried out by a joint CP-level officer. The Ministry of Home Affairs also sought a report from the Delhi Police about the situation prevailing in the institution and the steps taken to restore peace

Comments are closed.