କାଶ୍ମୀରରୁ ଫେରିବେ ୧୦୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ନିର୍ଦେଶ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରୁ ୧୦୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଏହା ମଧ୍ୟରେ ୪୦ କମ୍ପାନୀ ସିଆରପିଏଫ୍, ୨୦ କମ୍ପାନୀ ବିଏସଏଫ୍, ୨୦ କମ୍ପାନୀ ଏସଏସବି ଓ ୨୦ କମ୍ପାନୀ ସିଆଇଏସଏଫ୍ ରହିଛନ୍ତି । ବୁଧବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଗତବର୍ଷ ଅଗଷ୍ଟ ୫ ତାରିଖରେ କାଶ୍ମୀରରେ ଧାରା ୩୭୦ ହଟାଇବା ପୂର୍ବରୁ ୩୦ ହଜାର ଅତିରିକ୍ତ ସିଆରପିଏଫ୍ ଜବାନଙ୍କୁ ମୁତୟନ କରାଯାଇଥିଲା । ଏହାବ୍ୟତୀତ ବିଏସଏଫ୍, ସଶସ୍ତ୍ର ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଜବାନଙ୍କୁ ମଧ୍ୟ କାଶ୍ମୀର ପଠାଯାଇଥିଲା ।

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ପ୍ରାୟ ୧୦ ହଜାର ଅର୍ଧ ସାମରିକ ବାହିନୀର ଜବାନଙ୍କୁ ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଆଦେଶ ଦେଇଛନ୍ତି । ଅନପକ୍ଷରେ ଜାମ୍ମୁକାଶ୍ମୀରରୁ ଏହି ଜବାନଙ୍କ ପ୍ରତ୍ୟାହାର ନିଷ୍ପତ୍ତିକୁ ଏକ ବଡ଼ ବାର୍ତା ରୂପେ ମନେ କରାଯାଉଛି । ନିକଟରେ ଜାମ୍ମୁକାଶ୍ମୀରରେ ଉପରାଜ୍ୟପାଳ ରୂପେ ମନୋଜ ସିହ୍ନାଙ୍କୁ ନିଯୁକ୍ତି ଦିଆଯାଇଛି । ସେଠାରେ ରାଜନୈତିକ ଗତିବିଧିକୁ ପୁନସ୍ଥାପିତ କରିବାକୁ ଉଦ୍ୟମ ହେଉଛି । ଜାମ୍ମୁକାଶ୍ମୀରରେ ବର୍ତମାନ କୌଣସି ପ୍ରକାର ଉତ୍ତେଜନା ଓ ହିଂସାତ୍ମକ କାର୍ଯ୍ୟକଳାପ ହେଉନାହିଁ  ବୋଲି ଏକ ସନ୍ଦେଶ ଦେବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି ।

Comments are closed.