କୃଷି, ଅର୍ଥ ଓ ଖାଦ୍ୟ ମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଜରୁରୀ ବୈଠକ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଙ୍ଗଳବାର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି । କେଉଁ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।

ବୈଠକରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

ପରବର୍ତୀ ସମୟରେ ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

ଦୀର୍ଘ ଦେଢ଼ ଘଣ୍ଟା ଧରି ବୈଠକ ଚାଲିଥିଲା । ଏ ସମ୍ପର୍କରେ କୌଣସି ମନ୍ତ୍ରୀ କୌଣସି ସୂଚନା ଦେଇ ନାହାନ୍ତି ।

Comments are closed.