ସୁସ୍ଥ ହେଲେ ଅମିତ ଶାହା, ଖୁବ୍‌ ଶିଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଖୁର୍ବଶିଘ୍ର ଦିଲ୍ଲୀ ଏମସ୍‌ ହସ୍ପିଟାଲରୁ ଶାହା ଡିସଚାର୍ଜ ହେବାର ସମ୍ଭାବନା ରହିଛି। ତାଙ୍କୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ)ପକ୍ଷରୁ ସୂଚନା ଦିଆଯାଇଛି।

ଅଗଷ୍ଟ ୧୮ ବିଳମ୍ବିତ ରାତିରେ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ଅମିତ ଶାହଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡକ୍ଟର ଗୁଲେରିଆଙ୍କ ନେତୃତ୍ବାଧୀନ ଟିମ ତାଙ୍କର ନିରୀକ୍ଷଣ କରୁଥିଲା । ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ମେଦାନ୍ତା ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ଏବଂ ଗତ ୧୪ ତାରିଖରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଅଗଷ୍ଟ ୧୮ ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ବର ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା ।

Comments are closed.