ଘରୋଇ ଉପାୟରେ ଏପରି ପ୍ରସ୍ତୁତ କରନ୍ତୁ ସାମ୍ପୁ, ଦୂର ହେବ କେଶ ଜନିତ ବହୁ ସମସ୍ୟା

ପୁରୁଷ ହୁଅନ୍ତୁ ଅଥବା ମହିଳା କେଶ ଝଡ଼ିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟା ଦୂର କରିବା ପାଇଁ ଆପଣ ବହୁ ଉପାୟ ବିଷୟରେ ଜାଣି ଥିବେ। କେଶକୁ ସଫା କରିବା ପାଇଁ ସାଧାରଣତଃ ସାମ୍ପୁର ବ୍ୟବହାର କରାଯାଏ। ଜାଣନ୍ତୁ ଘରୋଇ ଉପାୟରେ କିପରି ସାମ୍ପୁ ପ୍ରସ୍ତୁତ କରିବେ। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହେବା ସହ କେଶ ଘନ, କୋମଳ, କଳା ମଧ୍ୟ ହୋଇଥାଏ। ଜାଣନ୍ତୁ….
ଅଁଳା, ରିଠାଫଳ ଓ ଶିକାକାଇ (ଅଠା ଉତ୍ପାଦକ କୁସୁମ ଗଛ)କୁ ବ୍ୟବହାର କରି ସାମ୍ପୁ ପ୍ରସ୍ତୁତ କରିପାରିବେ। ଏହା କେଶ ଝଡ଼ିବାକୁ ରୋକି ଥାଏ। ରିଠାଫଳରେ ଆଇନର ପ୍ରଚୁର ମାତ୍ରାରେ ରହିଛି, ଯାହା ନୂତନ କେଶ ସୃଷ୍ଟି କରିଥାଏ।
ଏପରି ପ୍ରସ୍ତୁତ କରନ୍ତୁ ସାମ୍ପୁ –
ଅଁଳା, ରିଠା, ଶିକାକାଇକୁ ଏକ ସମାନ (୮ଟି) ମାତ୍ରାରେ ନିଅନ୍ତୁ। ଅଧିକ ଲମ୍ବା ଓ ଘନ କେଶ ଥିଲେ ଏହାକୁ ଅଧିକ ପରିମାଣରେ ମଧ୍ୟ ନେଇପାରିବେ। ଏହାକୁ ସାରା ରାତି ବତୁରାଇ ଦିଅନ୍ତୁ। ଏହାପରେ ସକାଳେ ଏଥିରେ ଆଉ କିଛି ପାଣି ମିଶାଇ ଗ୍ୟାସରେ ବସାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଥଣ୍ଡା କରନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ଚକଟି ଛାଣି ଦିଅନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ସଫା କରନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ନିଜେ ଏହାର ଉପକାରିତା ଅନୁଭବ କରିବେ।

Comments are closed.