ଶୀତଦିନିଆ ତ୍ବଚା ସମସ୍ୟାରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଲୋଶନ୍

ଶୀତଦିନ ଆସିବା ମାତ୍ରେ ଆରମ୍ଭ ହୋଇଯାଏ ତ୍ବଚା ସମସ୍ୟା। ଏହି ଦିନେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଅନେକ କ୍ଷେତ୍ରରେ ଫଳପ୍ରଦ ନ ହେବା ସହ ପାର୍ଶ୍ବ ପ୍ରତିକ୍ରିୟାର ଭୟ ମଧ୍ୟ ଥାଏ। ତେବେ କ’ଣ ଆପଣ ଜାଣନ୍ତି, ଘରେ ପ୍ରାକୃତିକ ଉପାୟରେ ମଧ୍ୟ ଲୋଶନ ତିଆରି କରି ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି ପହଞ୍ଚିବ ନାହିଁ ଓ ଶୀତ ଦିନିଆ ତ୍ୱଚା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ଘରେ ବଡି ଲୋଶନ ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ –

ଆବଶ୍ୟକ ସାମଗ୍ରୀ:

-ଗ୍ଲିସରିନ୍ ୧ ଚାମଚ

-ବାଦାମ ତେଲ ୧ ଚାମଚ

-ନଡ଼ିଆ ତେଲ ୧ ଚାମଚ

-ଗୋଲାପ ଜଳ ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ୧ ଚାମଚ ଲେଖାଏଁ ବାଦାମ ଏବଂ ନଡ଼ିଆ ତେଲ ନେଇ ଗରମ କରନ୍ତୁ। ପୁଣି ଏହାକୁ ଥଣ୍ଡା କରନ୍ତୁ। ଏଥିରେ ଗ୍ଲିସରିନ୍ ଏବଂ ଗୋଲାପ ଜଳ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଆପଣଙ୍କ ଲୋଶନ ପ୍ରସ୍ତୁତ ହୋଇଗଲା। ଏହାକୁ ଦିନକୁ ୨ ଥର ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଥରେ ଲଗାଇଲେ ଅଧିକ ଫଳପ୍ରଦ ହେବ।

 

Comments are closed.