ଡାକ୍ତରଙ୍କ ପରୀକ୍ଷା ପରେ ମିଳିବ ସଂଗରୋଧ ପାଇଁ ଅନୁମତି

ଗୃହ ସଂଗରୋଧ ପାଇଁ ଆସିଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୃହ ସଂଗରୋଧ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେଉଁ ଆକ୍ରାନ୍ତ ଗୃହ ସଂଗରୋଧରେ ରହିବେ ସେଥିନେଇ ମାର୍ଗଦର୍ଶିକା ଜାରି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗୃହ ସଂଗରୋଧ ନିୟମାବଳୀରେ ଦର୍ଶାଯାଇଛି ଯେ ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଂଗରୋଧରେ ରହିପାରିବେ। ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଘରେ ସଂଗରୋଧରେ ରହିବେ। ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ରହିବେ। ଲକ୍ଷଣହୀନ ବ୍ୟକ୍ତି କୋଭିଡ ପରୀକ୍ଷା କରିବା ଆବଶ୍ୟକତା ନାହିଁ।

 

ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଗୃହ ସଂଗରୋଧରେ ରହିପାରିବେ। ଏହାସହିତ ୬୦ରୁ ଊର୍ଦ୍ଧ୍ବ ଏବଂ ବହୁବିଧ ରୋଗାଗ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ଗୃହ ସଂଗରୋଧ ରହିବାକୁ କୁହାଯାଇଛି। ଡାକ୍ତରଙ୍କ ପରୀକ୍ଷା-ନିରୀକ୍ଷା ପରେ ମିଳିବ ଗୃହ ସଂଗରୋଧ ପାଇଁ ଅନୁମତି ମିଳିବ। କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାର ୭ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବାକୁ ପଡ଼ିବ। ୭ଦିନ ଭିତରେ ଲଗାତାର ୩ ଦିନ ପର୍ଯ୍ୟନ୍ତ ଜ୍ବର ନ ଆସିଲେ ସରିବ ଗୃହ ସଂଗରୋଧ। ୭ଦିନ ଭିତରେ ୩ଦିନ ଜ୍ବର ନ ଆସିଲେ ୭ଦିନ ପରେ ପୁଣିଥରେ କୋଭିଡ ପରୀକ୍ଷା କରାଯିବା ଅନାବଶ୍ୟକ। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣ ବିହୀନ ବ୍ୟକ୍ତି କୋଭିଡ ପରୀକ୍ଷା କରିବା ଦରକାର ନାହିଁ ବୋଲି ମାର୍ଗଦର୍ଶିକାରେ କହାଯାଇଛି।

Comments are closed.