୫୯ ତମ ଗୃହରକ୍ଷୀ ଦିବସ ପାଳିତ

ମାଲକାନଗିରି: ମାଲକାମଗିରି ଜିଲା ପୋଲିସ ପକ୍ଷ ରୁ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଜିଲା ପୁଲିସ ମୁଖ୍ୟାଳୟ ସ୍ଥିତ ଡି ପି ଓ ପଡିଆ ଠାରେ ଆୟୋଜିତ ପରେଡ଼ରେ ଆରୀକ୍ଷ ଅଧ୍ୟକ୍ଷକ ପ୍ରହଲ୍ଲାଦ ସହୟେ ମୀନା ଅଭିବାଦାନ ଗ୍ରହଣ କରିଥିଲେ। ନିଜ ଅଭିବାଦନରେ ଶ୍ରୀ ମିନା ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛାବାର୍ତା ପାଠ କରିଥିଲେ। ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସମ୍ବେର ୬ ତାରିଖରେ ଏହି ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଛି। ବିଶେଷ କରି କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ଭାବେ ଲୋକଙ୍କୁ ସେମାନେ ସେବା ଯୋଗାଇଥିଲେ ବୋଲି ବକ୍ତାମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡିୟ ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ ଜି ଓ ଜିଲାର ସମସ୍ତ ଉପ ଆରକ୍ଷୀ ଅଧ୍ୟକ୍ଷକ ଯୋଗ ଦେଇଥିବାବେଳେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମ ପ୍ରସାଦ ନାଗ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Comments are closed.