୫୬ତମ ହୋମଗାଡ୍‍ ଦିବସ ପାଳିତ

0

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମା ସ୍ଥିତ ପୁଲିସ ପଡିଆ ଠାରେ ୫୬ତମ ହୋମଗାଡ୍‍ ଦିବସ ପାଳିତ ହୋଇଯାଇଛିା ଏସ୍‍.ପି. ଜଗମୋହନ ମୀନା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ହୋମଗାଡ ମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେବାସହ ଦେଶ ମାତୃକତାର ରକ୍ଷା ପାଇଁ ଚୀନ ଯୁଦ୍ଧ ସମୟରେ ହୋମଗାର୍ଡଙ୍କ ଭୁମିକାକୁ ଦୃଷ୍ଟିରେ ରଖି ଭାରତ ସରକାର ହୋମଗାର୍ଡ ଦିବସ ପାଳନ କରୁଥିବା କହିଥିଲୋ ଏହି ଅବସରରେ ତିନିଜଣ ହୋମ୍‍ ଗାର୍ଡ ତରୁଣ କୁମାର ଗୌଡ, ସୁରେନ୍ଦ୍ର ଖେମୁଡୁ, କାଂଚନମାଲା ପାଣିଗ୍ରାହିଙ୍କୁ ପୁରସ୍କାର ପ୍ରଦାନ ଯାଇଥିଲ।। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ମାନସ ମାଡକାମି, ଏସ୍‍.ଡି.ପି.ଓ. ଶ୍ରବଣ ବିବେକ ପ୍ରମୁଖ ଯୋଗ ଦେଇଥିଲୋ

Leave A Reply