୫୮ତମ ଗୃହରକ୍ଷୀ ଦିବସ ପାଳିତ

ନବରଙ୍ଗପୁର : ସ୍ଥାନୀୟ ରିଜର୍ଭ ପଡିଆଠାରେ ୫୮ତମ ଜିଲାସ୍ତରୀୟ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛିି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ସି.ଏଚ. ହୃଦୟାନନ୍ଦ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଗୃହରକ୍ଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାପାଠ କରି ଦେଶ ମାତୃକାପ୍ରତି ନିଷ୍ଠା, କର୍ତ୍ତବ୍ୟ ପରାୟଣ ଓ ଗୃହରକ୍ଷୀଙ୍କ ଦାୟୀତ୍ୱ ଉପରେ ଆଲୋକପାତ କରିଥିଲେ। ଡି.ଆଇ.ବି ଡିଏସପି ବେଣୁଧର ଭୋଇ, ରିଜର୍ଭ ଇନ୍ସପେକ୍ଟର, ବିକ୍ରମ ରଞନ ଦାଶ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ଓ ନବରଙ୍ଗପୁର ଥାନାର ଅନ୍ୟାନ୍ୟ ଅଧିକାରୀ ପ୍ରମୂଖ ଉପସ୍ଥିତି ଥିଲେ। ସର୍ଜେଣ୍ଟ ସାନ୍ତନୁ କୁମାର ପ୍ରଧାନ ପ୍ୟାରେଡ ପରିଚାଳନା କରିଥିଲେ।

Comments are closed.