ଦୀପାବଳିରେ ନିଆରା ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ

0

ଦୀପାବଳି ପାଖେଇ ଆସୁଛି। ଏହି ପର୍ବ ପାଇଁ ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା ପାଇଁ ବା ପାର୍ଟି ପାଇଁ ନିମନ୍ତ୍ରଣ ଆସିବା ଆରମ୍ଭ ହୋଇଯିବଣି। ତେବେ ଏହି ସମୟରେ ଆପଣଙ୍କୁ ପୋଷାକଠାରୁ ଆରମ୍ଭ କରି ମେକ୍‍ଅପ୍‍ ର ଚିନ୍ତା ମଧ୍ୟ ନିଶ୍ଚୟ ଲାଗି ରହିଥିବ। ଯଦି ଆପଣ ସେଦିନ ସବୁଠାରୁ ନିଆରା ଦେଖାଯିବା ପାଇଁ ଫେସିଆଲ କରିବାକୁ ଚାହୁଁଛନ୍ତି, ହେଲେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସମୟ ମିଳୁନାହିଁ। ତେବେ ଏ ନେଇ ଚିନ୍ତା କରନ୍ତୁ ନାହିଁ। ଏଭଳି ଏକ ଉପାୟ ରହିଛି ଯାହାକୁ ଆପଣାଇ ଘରେ ମଧ୍ୟ ଆପଣ ନିଜ ମୁହଁକୁ ଚମକାଇ ପାରିବେ। ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ –

ଘରୋଇ ଉପାୟରେ ମୁହଁକୁ ଉଜ୍ୱଳ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକ ହେଉଛି, ୨ ଚାମଚ କଫି ପାଉଡର୍‍, ୧ ଚାମଚ ଚିନି ଓ ଅଧା ଚାମଚ ନଡ଼ିଆ ତେଲ।

ପ୍ରଥମେ ଏହିସବୁ ସାମଗ୍ରୀର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୫ରୁ ୧୦ମିନିଟ୍‍ ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ହାତରେ ହାଲକା ଭାବେ ସ୍କ୍ରବ୍‍ କରନ୍ତୁ। ଏହାପରେ ଏହାକୁ ଏକ ପରିଷ୍କାର କପଡ଼ା ବା ତଉଲିଆରେ ପୋଛିଦିଅନ୍ତୁ। ଶୀଘ୍ର ପ୍ରଭାବ ଦେଖିବାକୁ ଚାହୁଁଥିଲେ ସପ୍ତାହରେ ଦୁଇରୁ ତିନି ଥର ଏହାର ପ୍ରୟୋଗ କରନ୍ତୁ।

Leave A Reply