ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ: କଟକଣା କୋହଳ ମାର୍ଗଦର୍ଶିକା ଅନୁସାରେ କରାଯିବ

ନୂଆଦିଲ୍ଲୀ: ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନେକ ସ୍ବାଧୀନତା ଦେଇଛନ୍ତି ।  ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ଜୋନ୍ ନିର୍ଦ୍ଧାରଣ କରିପାରିବେ । ଦୋକାନ କେମିତି ଖୋଲିବ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପରିବହନ ବ୍ୟବସ୍ଥା କେମିତି କାମ କରିବ ତା’ର ନିଷ୍ପତ୍ତି ନେଇପାରିବେ । ମାତ୍ର ଏହାଠାରୁ ଅଧିକ କିଛି ନିଷ୍ପତ୍ତି ନେବାକୁ ହେଲେ ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡ଼ିବ । କେନ୍ଦ୍ର ସରକାର ଯେଉଁ ଯେଉଁ ପ୍ରତିବନ୍ଧକ ଜାରି କରିଛନ୍ତି, କୌଣସି ସ୍ଥିତିରେ ତାହାର ଉଲ୍ଲଙ୍ଘନ ହେବ ନାହିଁ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜ୍ୟ ସରକାର ଏକ ସୀମା ଭିତରେ ହିଁ ନିଷ୍ପତ୍ତି ନେଇ ପାରିବେ । ଲକଡାଉନର ରିହାତି ଦିଆଯାଇଛି ସତ କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନ୍ସକୁ ଏଡାଇଯାଇ ରାଜ୍ୟ ସରକାର ପ୍ରତିବନ୍ଧ କମ କରିପାରିବେ ନାହିଁ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି ।ପତ୍ରରେ ରାଜ୍ୟଙ୍କୁ କେନ୍ଦ୍ରର ଗାଇଡଲାଇନ୍ କଥା ମନେ ପକାଇ ଦିଆଯାଇଛି ।

, କେନ୍ଦ୍ର ସରକାର ରବିବାର ଦିନ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୪.୦ରେ କେନ୍ଦ୍ର ରାଜ୍ୟ ସରକାରଙ୍କ ସ୍ଥାନୀୟସ୍ତରରେ କେଉଁଭଳି ରିହାତି ଦିଆଯାଇ ପାରିବ ସେନେଇ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଛନ୍ତି ।  ରାଜ୍ୟ ସରକାର ନିଜ ହିସାବରେ ଦୋକାନ ଖୋଲିବା ସହ ଅନ୍ୟ ଗତିବିଧି ଉପରେ ନିର୍ଣ୍ଣୟ ନେଇ ପାରିବେ । ହେଲେ ରାଜ୍ୟ ସରକାର କେନ୍ଦ୍ର ଦ୍ୱାରା ଜାରି ଗାଇଡଲାଇନର ଉଲ୍ଲଙ୍ଘନ କରି  କୌଣସି ପ୍ରତିବନ୍ଧକ ହଟାଇ ପାରିବେ ନାହିଁ ।

Comments are closed.